THE BYAPINI

ଝାରସୁଗୁଡା: ବର୍ଷା ଧୋଇଦେଲା ଚାଷୀଙ୍କ ସ୍ୱପ୍ନ

Get real time updates directly on you device, subscribe now.

ବର୍ଷା ଧୋଇଦେଲା ଚାଷୀଙ୍କ ଆଶା । ଉଜାଡିଦେଲା ସ୍ୱପ୍ନ । ଅମଳ ହେବା ଆଗରୁ ବିଲରେ ଗଜା ମାରିଛି ପାଚିଲା ଧାନ । ବିଲରେ ଜମା ହୋଇରହିଛି ପାଣି । ଫଳରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି ।

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଚାଷୀଙ୍କ ସ୍ୱପ୍ନକୁ ଉଜାଡି ଦେଇଛି ଅଦିନିଆ ଝଡ ବର୍ଷା ।ଧାନ ଫସଲ ଅମଳ ବେଳକୁ ଅଦିନିଆ ବର୍ଷା ସବୁ କିଛି ଛାରଖାର କରି ଦେଇଛି । ବିଲରେ ପାଣିରେ ପଡି ରହିଛି ପାଚିଲା ଧାନ । କିଛି ଧାନ କଟା ହୋଇଛି ତ ଆଉ କିଛି କଟା ହେବାକୁ ଅଛି । ଅଦିନିଆ ବର୍ଷା ପାଣିରେ ଶୋଇଥିବା ଧାନ ଗଜା ହୋଇଗଲାଣି । ଉଠା ଜଳସେଚନ ଉପରେ ନିର୍ଭର କରି ପ୍ରାୟ ୫୦୦ ରୁ ୬୦୦ ଏକର ଜମିରେ ଧାନ ଚାଷ କରିଥିଲେ ଏହି ଅଂଚଳର ଚାଷୀ । ହେଲେ ଏବେ ଧାନ ଫସଲ ଅମଳ ବେଳକୁ ଅଦିନିଆ ବର୍ଷା ସବୁ କିଛି ଛାରଖାର କରି ଦେଇଛି ।ବ୍ଲକ କୃଷି ଅଧିକାରି କ୍ଷୟକ୍ଷତି ଆକଳନ କରି, ରିପୋର୍ଟ ଦେବା ପରେ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।ସରକାରୀ ସହାୟତା ମିଳିଲେ କିଛି ଲାଘବ ହୋଇ ପାରନ୍ତା ବୋଲି ଗୁହାରି କରିଛନ୍ତି ଚାଷୀ ।

Get real time updates directly on you device, subscribe now.

Leave A Reply

Your email address will not be published.