ମୃତ୍ୟୁର ଅଲୋଡା ରେକର୍ଡ
ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଗୋଟିଏ ଦିନରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ଦିନକରେ ୬ ହଜାର ଟପିଯାଇଛି କରୋନା ମୃତ୍ୟୁ ସଂଖ୍ୟା । ବିହାରର ପୁରୁଣା ତଥ୍ୟ ଯୋଡା ଯାଇ ଥିବାରୁ ଅଚାନକ ଗୋଟେ ଦିନରେ ମୃତ୍ୟୁ ସଂଖ୍ୟା ୬ ହଜାର ଟପିଯାଇଛି । ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି ।
ଗତ ୨୪ ଘଂଟାରେ ଦେଶରେ ୯୪ ହଜାର ୫୨ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ୧୨୧ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୩,୫୯,୬୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୩୬୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୬,୫୫,୪୯୩ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୨୭,୨୬,୬୯୩ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।