ଏଥର ବି ବଡ଼ଦାଣ୍ଡରେ ବିନା ଭକ୍ତରେ ଗଡିବ ରଥ
ଏଥର ବି ବିନା ଭକ୍ତର ହେବ ପୁରୀ ରଥଯାତ୍ରା । ଜଗା ବଡ଼ଦାଣ୍ଡକୁ ଆସିବ ହେଲେ ଭକ୍ତ ଛୁଇଁପାରିବନି । ସେବାୟତ ମାନେ ୩ ରଥକୁ ଟାଣି ଟାଣି ନେବେ । କୋଭିଡ କଟକଣାରେ ହେବ ପୁରୀ ରଥଯାତ୍ରା । ତେବେ ପୁରୀ ଛଡା ଅନ୍ୟ ସବୁ ସ୍ଥାନରେ ଏବର୍ଷ ବି ରଥଯାତ୍ରା ବନ୍ଦ ରହିବ । ରାଜ୍ୟର ଅନୁ ସବୁ ସ୍ଥାନରେ ମନ୍ଦର ପରିସରରେ କେବେଳ ନୀତିକାନ୍ତି ହେବ ।
ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାକୁ ମାତ୍ର ଆଉ ଏକମାସ ରହିଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । କେବେଳ ସେବାୟତ ମାନେ ରଥଯାତ୍ରାରେ ସାମିଲ ହେବେ । ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତମାନଙ୍କର ୪୮ ଘଂଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ଆବଶ୍ୟକ । ରଥଯାତ୍ରା ସମୟରେ ପୁରୀରେ କଫ୍ୟୁ ବଳବତର ରହିବ । ଟ୍ରେନ ଓ ବସ ଚଳାଚଳ ବନ୍ଦ ରହିବ ଏବଂ ବାହାର ଲୋକଙ୍କ ଆସିବା ଉପରେ କଟକଣା ଲଙ୍କଜ୍ଞର କରାଯିବ । ସେହିପରି, ପୁରୀ ଛଡ଼ା ଓଡିଶା ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି ।