THE BYAPINI

କଳାହାଣ୍ଡି: ମଣ୍ଡିରେ ଭିଜିଲା ଧାନ

Get real time updates directly on you device, subscribe now.

ମଣ୍ଡିରେ ଭିଜିଲା ବସ୍ତା ବସ୍ତା ଧାନ । ପ୍ରାକ ମୌସୁମୀ ବର୍ଷାରେ ମଣ୍ଡିର ଗଦା ହୋଇଥିବା ଶହ ଶହ ବସ୍ତା ଧାନରେ ପାଣି ପଶିଯାଇଛି । ପ୍ରତିବର୍ଷ ଧାନ କିଣା ସମୟରେ ପ୍ରଶାସନ ଚାଷୀମାନଙ୍କ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ମଣ୍ଡିରୁ ଧାନ ନଉଠିବାରୁ ମଣ୍ଡିରେ ଗଦା ହୋଇଥିବା ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଖୋଲା ଆକାଶ ତଳେ ମଣ୍ଡିରେ ପଡିରହିଥିବା ଧାନକୁ ଲଗାଣ ବର୍ଷା ଓଦା କରିଦେଇଛି । କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ବିମଳା ମଣ୍ଡି ଉପରେ ମୋହନଗୁଡ଼ା, ଭଇଁରିପାଲି, କଦଲୀବାହିଲା ଗାଁର ପାଖାପାଖି ୫ଶହରୁ ଉଦ୍ଧ୍ୱର୍ ଚାଷୀ ନିର୍ଭର କରନ୍ତି । ଗତ ୨୪ ତାରିଖରୁ ଏହି ମଣ୍ଡି଼ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଚାଷୀ ଟୋକନ ସମସ୍ୟା ନେଇ ଚିନ୍ତାରେ ଥିବା ବେଳେ ଏବେ ମୌସୁମୀ ବର୍ଷାରେ ଧାନ ଓଦା ହୋଇ ମଣ୍ଡିରେ ପଡ଼ି ରହିଛି । ଚାଷୀ ମାନେ ପାଖାପାଖି ସପ୍ତାହେ ହେଲା ମଣ୍ଡିରେ ଧାନ ରଖି ଜଗି ବସିଥିଲେ ମଧ୍ୟ ମିଲର ଓ ପୋକ୍ସ କର୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ ଉଠାଣରେ ମନ୍ଥର ହୋଇଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହରେ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଚାଷୀଙ୍କୁ ଧାନ ଅମଳ ପୂର୍ବରୁ ଟୋକନ ଦିଆଯାଇଛି। ପୁଣି ମାତ୍ର ୧୨ ଦିନ ମଧ୍ୟରେ ମଣ୍ଡିକୁ ଧାନ ନଆଣିଲେ ତାହା ଲାପ୍ସ ହୋଇଯିବ ବୋଲି ନିୟମ କରାଯାଇଛି। ଫଳରେ ଚାଷୀମାନେ ବହୁ ଅସୁବିଧାରେ ପଡ଼ିଛନ୍ତି। ଏବେ ମଣ୍ଡିଗୁଡ଼ିକରେ ଧାନକିଣା ଟାର୍ଗେଟ ସରିଲାଣି। ନୂତନ ଟାର୍ଗେଟ ନ ଆସିବାରୁ ଓ ପ୍ରାକ୍ ମୋସୁମୀ ବର୍ଷା ଆରମ୍ଭ ହୋଇଯିବାରୁ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହେଲାଣି। ବର୍ଷାରେ ଧାନ ଓଦା ହେବା ଯୋଗୁ ଚାଷୀମାନେ ବାଧ୍ୟ ହୋଇ ସହାୟକ ମୂଲ୍ୟରୁ କମ ଦରରେ ଧାନ ଦଲାଲ ଓ ଆସାଧୁ ମିଲର୍ସଙ୍କୁ ବିକ୍ରି କରିଦେଉଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.