THE BYAPINI

ଭଂଜନଗର: ପୁଅ ଜନ୍ମ କରି ପାପ କଲି?

Get real time updates directly on you device, subscribe now.

ପରିଣତ ବୟସରେ ପୁଅ ସାହା ହେବ । ବଡ଼ ହେଲେ ବାପା, ମାଆର ଦୁଃଖ ଦୂର ହେବ । ଏମିତି ଅନେକ ଆଶା ରଖି ବାପା,ମାଆ ପୁଅ ଜନ୍ମ ଦେଇଥାନ୍ତି । ପୁଅର ସବୁ ଅଳି ଅଝଟ ସହି ତାକୁ ବଡ଼ କରିଥାନ୍ତିା ହେଲେ ଯେଉଁ ବୟସରେ ପୁଅ ସାହାରା ପାଲଟିବା କଥା ସେହି ବୟସରେ ନିଜ ଅସହାୟ ବୃଦ୍ଧା ମାଆକୁ ନେଇ ଜଙ୍ଗଲରେ ଛାଡିଦେଲା । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ।

ଲୋହରାଖଣ୍ଡି ନଦୀ ପାଖ ବାଇପାସ ରାସ୍ତାର ଏକ ନିଛାଟିଆ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ପୁଲିସ ଉଦ୍ଧାର କରିଛି । ଏହା ସହ ୨ ପୁଅଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି । ସୂଚନା ଅନୁସାରେ, ଗୋଳନ୍ଥରା ଥାନା ଚଟି ଅଞ୍ଚଳର ବୃଦ୍ଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ୨ ପୁଅ ଓ ଝିଅଙ୍କୁ ନେଇ ରହୁଥିଲେ । କାମ କରି ପରିବାର ଚଳାଉଥିଲେ । ହେଲେ ଜଗନ୍ନାଥପ୍ରସାଦରେ ଝିଅକୁ ବାହାଦେଇଥିବା ବେଳେ ଜ୍ୱାଇଁ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ଜ୍ୱାଇଁଙ୍କ ମୃତ୍ୟୁ ପରେ ଝିଅ ଜଗନ୍ନାଥପ୍ରସାଦ କରଣ ସାହିରେ ଭଡ଼ା ଘରେ ତାଙ୍କର ଦୁଇ ସନ୍ତାନକୁ ଧରି ରହୁଥିଲେ।

ହେଲେ ଏବେ କରୋନା ପାଇଁ କାମଧନ୍ଦା ନମିଳିବାରୁ ଚଳିବା କଷ୍ଟକର ହୋଇଯିବାରୁ ଅସହାୟ ବୃଦ୍ଧା ମାଙ୍କୁ ନିଛାଟିଆ ସ୍ଥାନରେ ଛାଡି ଚାଲିଯାଉଥିଲେ ଦୁଇ ପୁଅ । ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ଅସହାୟ ବୃଦ୍ଧାକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇବା ସହ ୨ ପୁଅଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି । ଯେଉଁ ମାଆ ଏଡିକେଟୁ ଏତେବଡ଼ କଲା ଆଜି ସେହି ମାଆକୁ ଜଙ୍ଗଲରେ ଛାଡି ପଳାଇଆସୁଥିଲେ ଦୁଇ ପୁଅ । ଏହି ଖବରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସତରେ ଏମିତି ପୁଅ ଜନ୍ମ କରିବା ଧିକ୍ ।

Get real time updates directly on you device, subscribe now.

Leave A Reply

Your email address will not be published.