THE BYAPINI

ତୈଳଦର ବୃଦ୍ଧିରେ କରୋନା ଛାଟ

Get real time updates directly on you device, subscribe now.

କରୋନା ମହାମାରୀ ଯୋଗୁଁ ହୋଇଥିବା ଅନେକ ସମସ୍ୟା ଭିତରୁ ଏକ ଗୁରୁତର ସମସ୍ୟା ହେଉଛି ତୈଳଦର ବୃଦ୍ଧି କ୍ଷ କ୍ରମାଗତ ଭାବରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବୃଦ୍ଧି ଦ୍ଵାରା ଗରିବ ଓ ମଧ୍ୟବିତ୍ତ ବର୍ଗ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏହାପଛର ମୂଳ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ୍ । ଭୁଶୁଡି଼ ପଢିଥିବା ଅର୍ଥନୀତିର ଭାରସାମ୍ୟ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ୍ କମେଇବା ପାଇଁ ଇଛୁକ ନୁହଁନ୍ତି । ଭାରତ ତାର ତୈଳ ଆବଶ୍ୟକତା ସାଉଦି ଆରବ, ଇରାକ ଆଦି ଦେଶରୁ ଆମଦାନୀ ଜରିଆରେ ପୂରଣ କରିଥାଏ । ଭାରତ କିଣୁଥିବା ଅଶୋଧିତ ତୈଳର ଗତବର୍ଷ ବ୍ୟାରେଲ୍ ପିଛା ଦର ୪o.୧ ଡଲାର୍ ଥିଲା, ଯାହା ଗତବର୍ଷ ଅକ୍ଟୋବର ରୁ ବୃଦ୍ଧି ପାଇ ଏବେ ୬୩.୭ ଡ଼ଲାର୍ ରେ ପହଞ୍ଚିଛି ।ଅନେକ ଦେଶର ତୈଳଦର ମହାମାରୀ ପରେ ତାର ପୂର୍ବ ଅବସ୍ଥାକୁ ଫେରିଥିଲେ ମଧ୍ୟ ଭାରତରେ ଏହା ଆକାଶଛୁଆଁ ।

ତେବେ ସମସ୍ତେ ଜାଣି ନ ଥିବେ ଭାରତକୁ ଅନ୍ୟଦେଶରୁ ତେଲର ଆମଦାନୀ ହୁଏ କିପରି ? ଭାରତ ସାଉଦି ଆରବ, ଇରାକ, ଇରାନ, ଋଷିଆ ଭଳି ଦେଶରୁ ଅଶୋଧିତ ତୈଳ କିଣି ଜାହାଜ ଜରିଆରେ ସମୁଦ୍ରପଥରେ ଭିତରକୁ ଆଣିଥାଏ । ଏହାପାଇଁ ଜାହାଜର ବୀମା, ପରିବହନ ଶୁଳ୍କ ଖର୍ଚ୍ଚ ଦେବାକୁ ହୁଏ । ତେଲ ଜାହାଜ ବନ୍ଦରରେ ପହଞ୍ଚିବା ପରେ ଅଶୋଧିତ ତୈଳ ବିଶୋଧନାଗାର କୁ ଯିବା ପାଇଁ ପୁଣି ପରିବହନ ଖର୍ଚ୍ଚ ରହିଛି ।ବିଶୋଧନାଗାରରେ ବିଶୋଧନ ପରେ ବାହାରିଥିବା ପେଟ୍ରୋଲ୍ ଓ ଡିଜେଲ୍ କୁ ପୁଣିଥରେ ପରିବହନ କରି ଟ୍ରେନ୍ କିମ୍ବା ଟ୍ୟାଙ୍କର୍ ଜରିଆରେ ବିଭିନ୍ନ କମ୍ପାନୀକୁ ପଠାଯାଏ । ସେହି କମ୍ପାନୀରୁ ତେଲ କିଣି ପେଟ୍ରୋଲ୍ ପମ୍ପ ପର୍ୟ୍ୟନ୍ତ ଆଣିବା ପରେ ପେଟ୍ରୋଲ୍ ପମ୍ପର ତେଲଭଣ୍ଡାରରେ ତେଲ ସଂଗୃହୀତ ହୁଏ । ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ / ଡିଜେଲ୍ ପହଞ୍ଚିବା ପରେ ତାହା ଉପରେ ଲାଗିଥାଏ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ୍ ଏବଂ ତା ସହିତ ଯୋଡ଼ିହୁଏ ପେଟ୍ରୋଲ୍ ପମ୍ପ ଡିଲର୍ ଙ୍କ କମିଶନ୍ ଟଙ୍କା କ୍ଷ ଆମ ଦେଶର ୩ ସରକାରୀ ତେଲ କମ୍ପାନୀ ଅଶୋଧିତ ତେଲର ମୂଲ୍ୟ ଓ ଡ଼ଲାର୍ ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ବିଚାରକୁ ନେଇ ପ୍ରତିଦିନ ତେଲଦର ନିର୍ଦ୍ଧାରିତ ହୁଏ । ସେହି ଦରରେ ଗ୍ରାହକଙ୍କୁ ତେଲ କିଣିବାକୁ ହୁଏ ।

ଏବେ ବିଚାରଯୋଗ୍ୟ ଯେ, ଅଶୋଧିତ ତେଲର ଦାମ୍ ବଢୁଛି କାହିଁକି ? 2020 ଏପ୍ରିଲ୍ ରେ ଅଶୋଧିତ ତୈଳଦରରେ ବଡ଼ ଧରଣର ହ୍ରାସ ହୋଇଥିଲା । ଏପରିକି ବ୍ୟାରେଲ୍ ପିଛା ୨o ଡ଼ଲାର୍ ବି ଥରେ ହୋଇଥିଲା, ହେଲେ ଏବେ ନିୟମିତ ଭାବରେ ଏହା ବୃଦ୍ଧି ପାଇବାରେ ଲାଗିଛି । କାରଣ ରପ୍ତାନି କରୁଥିବା ଦେଶ ଜାଣିଶୁଣି ତାଙ୍କ ଉତ୍ପାଦନ ହ୍ରାସ କରିଛନ୍ତି । ବଜାରରେ ତେଲ କମ୍ ରହିଲେ ଏହା ଚଢ଼ା ଦାମ୍ ରେ ବିକ୍ରି ହେବ । ଏକ ବ୍ୟାରେଲ୍ ( ୧୨୦ ଲିଟର୍ ) ତେଲର ଦର ଚଳିତ ମାସ ୪୪୮୬. ୪୭ ଟଙ୍କା । ଲିଟର୍ ପିଛା ଅଶୋଧିତ ତୈଳର ଦାମ ୩୭.୩୮ ଟଙ୍କା । ତେବେ ତେଲ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିଲା ବେଳକୁ ତାର ଦର ଏତେ ମାତ୍ରାରେ ବଢ଼ିଯିବାର କାରଣ ବି ଜାଣିବା ଜରୁରୀ ।

ଭାରତ ସରକାର ତୈଳଦର ନିର୍ଦ୍ଧାରିତ କରିବାର ଅନୁମତି ତେଲ କମ୍ପାନୀ ଗୁଡ଼ିକ ଉପରେ ନ୍ୟସ୍ତ କରିଛନ୍ତି କ୍ଷ ଯାହା ଡ଼ଲାର୍ ମୂଲ୍ୟ ଏବଂ ଅନ୍ତର୍ଜାତୀୟ ତେଲ ବିନିମୟ ଦର ଉପରେ ନିର୍ଭର କରେ । ଆମ ଦେଶରେ ପ୍ରତିଦିନ କ୍ରମବର୍ଦ୍ଧିଷ୍ଣୁ ତୈଳଦର ପଦ୍ଧତି ( The Dynamic Fuel Price Method) ଅନୁଯାୟୀ ତେଲଦର ବଦଳୁଥାଏ । ଏପରି କରିବା ପଛରେ କାରଣ ହେଉଛି, ବିଶ୍ୱ ସ୍ତରରେ ତୈଳଦରରେ ଏକ ଛୋଟ ପରିବର୍ତ୍ତନର ଲାଭାଂଶ ପେଟ୍ରୋଲ୍ / ଡିଜେଲ୍ ବ୍ୟବହାରକାରୀ ଏବଂ ଯୋଗାଣକାରୀ ଉପଭୋଗ କରନ୍ତୁ କ୍ଷ ସେଥିପାଇଁ ପତ୍ରିଦିନ ରାତିରେ ତୈଳଦର ପରିବର୍ତ୍ତନ କରାଯାଏ, ଯାହା ପରଦିନ ସକାଳ ଠାରୁ ପୁରା ଦିନ ପାଇଁ ଲାଗୁ ହୁଏ । ତେଲଦର ବୃଦ୍ଧି ପାଇଁ ଅନେକ ଉପାଦାନ ଯେପରିକି, ଅଶୋଧିତ ତୈଳଦର, ଡ଼ଲାର୍ ମୂଲ୍ୟ ବିନିମୟରେ ଟଙ୍କାର ମୂଲ୍ୟ, ତେଲର ଚାହିଦା ଆଦି ଦାୟୀ । ଯୋଗାଣକାରୀଙ୍କ କମିଶନ, ଉତ୍ପାଦ ଶୁଳ୍କ ଏବଂ ମୂଲ୍ୟଯୁକ୍ତ କରକୁ ନେଇ ତୈଳଦର ନିର୍ଦ୍ଧାରଣ କରାଯାଏ । ପ୍ରତି ରାଜ୍ୟ ର VATମଧ୍ୟ ଭିନ୍ନ, ତେଣୁ କହିବା ବାହୁଲ୍ୟ ଯେ, ଏତେ ସବୁ ଟିକସ ଲାଗିବା ପରେ ଲୋକଙ୍କ ପାଖକୁ ପେଟ୍ରୋଲ୍ ଆସିଲା ବେଳକୁ ଏହାର ଦାମ ଦୁଇଗୁଣା ହୋଇଯାଇଥାଏ ।

ଗୋବଲ୍ ପେଟ୍ରୋଲ୍ ପ୍ରାଇସେସ୍ ଅନୁଯାୟୀ ଦକ୍ଷିଣ ଏସିଆର ସବୁ ଦେଶ ଭିତରେ ଭାରତରେ ସବୁଠାରୁ ଅଧିକ ଦରରେ ତେଲ ବିକ୍ରି ହେଉଛି କ୍ଷ ଭାରତର କିଛି ରାଜ୍ୟ ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲଗେଇଥିବା ଠଇଞ ହ୍ରାସ କରାଯାଇଛି । ମାତ୍ର ଆମ ରାଜ୍ୟ ସରକାର ଓଡ଼ିଶାରେ ଉଚ୍ଚ ହାରରେ (୨୪.୫୮%)VAT ଲଗେଇଛନ୍ତି ।

ଏବେ ଆଲୋଚନାର ବିଷୟ ତେଲ ଦର ବୃଦ୍ଧି କାହାକୁ କେମିତି ପ୍ରଭାବିତ କରିଛି ? ଏହି ଦର ବୃଦ୍ଧି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ଚାକିରିଆ ସମସ୍ତଙ୍କୁ ପ୍ରଭାବିତ କରିଛି । ରେଳ ଓ ପରିବହନ କ୍ଷେତ୍ରରେ ତେଲ ଦର ବଢ଼ିବା, ରେଳଭଡା ଓ ବସଭଡା ବୃଦ୍ଧିର ମୁଖ୍ୟ କାରଣ । ଟ୍ରକ୍ ଜରିଆରେ ପରିବହନ ହେଉଥିବା ପନିପରିବା ଠାରୁ ଆରମ୍ଭ କରି ପ୍ରାୟ ସବୁ ପ୍ରକାର ଜିନିଷର ଦାମ ବି ବଢିଛି । ଜେନେରେଟର, ଡ଼ି, ଜି. ସେଟ୍, ଚାଷୀଙ୍କ ପାୱାର ଟିଲର୍, ଟ୍ରାକ୍ଟର ଚାଲିବା ପାଇଁ ଡିଜେଲ୍ ର ଆବଶ୍ୟକତା ବଢିବା ସହିତ ଅନ୍ୟ ଉପକରଣର ଦାମ ସମନ୍ତରାଳ ଭାବରେ ବଢିଛି । ଏହା ଛଡ଼ା ଦୁରଦୂରାନ୍ତର ସ୍ଥାନକୁ ଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ଜୀବନ ଏବଂ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହୋଇଛି । ତେଲ ଦରବୃଦ୍ଧି, ଗାଡ଼ି ବିକ୍ରିକୁ ମଧ୍ୟ ପ୍ରଭାବିତ କରିଛି । ଏହା ସହିତ ବଡ଼ କମ୍ପାନୀ ଓ ସେମାନଙ୍କୁ ଉପକରଣ ଯୋଗାଉଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର କମ୍ପାନୀରେ କାର୍ୟ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଯାହା ପରବର୍ତ୍ତୀ ସମୟରେ ପ୍ରତ୍ୟେକ ପରିବାରର ଖର୍ଚ୍ଚକୁ ଅଧିକ ଏବଂ ସଞ୍ଚୟ କୁ କମ କରିଦେବ । ପରିଣାମ ସ୍ୱରୂପ ପ୍ରତ୍ୟେକ ରାଜ୍ୟ ଏବଂ ସାମୂହିକ ଭାବରେ ଭାରତର ଅଭିବୃଦ୍ଧିଶୀଳ ଅର୍ଥନୀତିର ପ୍ରଗତି ବାଧାପ୍ରାପ୍ତ ହେବ ।

ତେଲଦର ବଢ଼ିବା ପ୍ରତ୍ୟେକ ନାଗରିକ ପାଇଁ ଚିନ୍ତାର ବିଷୟ , କିନ୍ତୁ ଦର ବଢ଼ିବା ପଛର କାରଣ କୁ ମଧ୍ୟ ଅଣଦେଖା କରିହେବ ନାହିଁ । କହିବାକୁ ଗଲେ ଏବର୍ଷର ବଜେଟ୍ ତିଆରି କରିବା ହିଁ ସରକାରଙ୍କ ପାଇଁ କଷ୍ଟକର ଥିଲା । ସବୁ ଜିନିଷକୁ ଆଖି ଆଗରେ ରଖି ଦେଖିଲେ ଜଣାପଡିବ ତେଲଦରକୁ ହ୍ରାସ କରିବା ଆଦୌ ସହଜ ବିଷୟ ହେବନାହିଁ । କରୋନାର ମାଡ଼ରେ ପ୍ରଭାବିତ ଏହି ତେଲଦର କୁ ପୂର୍ବାବସ୍ଥାକୁ କିମ୍ବା ସ୍ୱଚ୍ଛଳ ଅବସ୍ଥାକୁ ଫେରିବାକୁ ସମୟ ତ ଲାଗିବ ନିଶ୍ଚୟ ! ତେବେ ବଢୁଥିବା ଦରଦାମ ଏବଂ ଖର୍ଚ୍ଚ କୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଖୁବ ଶୀଘ୍ର ଦରବୃଦ୍ଧି ଉପରେ ରୋକ ଲଗେଇବେ ବୋଲି ଆଶା କରାଯାଇପାରେ । କ୍ରମବର୍ଦ୍ଧିଷ୍ଣୁ ତେଲଦର ରେ ମହାମାରୀ କରୋନା ର ଛାଟ ଲୋକଙ୍କୁ ଆଉ କେତେ ହନ୍ତସନ୍ତ କରିବ, ସେୟା ଦେଖିବାକୁ ବାକି ରହିଲା ।

ଲେଖକ: ଶୃତିକୀର୍ତ୍ତି ତ୍ରିପାଠୀ

Get real time updates directly on you device, subscribe now.

Leave A Reply

Your email address will not be published.