ବଲାଙ୍ଗୀର: ବନ୍ଧୁକ ମୁନରେ ପ୍ରେମ
ବଲାଙ୍ଗିର ସହରରେ ଆଜି ଏମିତି ଏକ ଘଟଣା ଘଟିଥିଲା ଯାହା ପୁରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ପ୍ରେମ ପାଇଁ ଜଣେ ବଦମାସ ପ୍ରେମିକ ପୁଲିସକୁ ନାକେଦମ କରିଦେଇଥିଲା । । ଘରେ ପଶି ଯୁବତୀଙ୍କ ସଂପର୍କୀୟଙ୍କୁ ୫ ଘଂଟା ଧରି ପଣବନ୍ଦୀ କରିଥିଲା । ଫିଲ୍ମ ଷ୍ଟାଇଲରେ ପ୍ରେମିକ ଜଣକ ଯୁବତୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ସମସ୍ତ ଲୋକଙ୍କୁ ବନ୍ଦ କରିରଖିଥିଲା । ଆଉ ଘର ଭିତରୁ ଯୁବତୀଙ୍କ ସଂପର୍କୀୟ ଓ ଅଭିଯୁକ୍ତ ଯୁବକକୁ ପୁଲିିସ ଯେପରି ସୁରକ୍ଷିତ ଭବେ ଉଦ୍ଧାର କଲା ତାକୁ ନେଇ ସବୁଆଡେ ଚର୍ଚ୍ଚା ।
ଘର ଭିତରେ ଥିଲା ବନ୍ଧୁକ ଧରିଥିବା ପ୍ରେମିକ । ତା କବଜାରେ ଥିଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ । ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସ୍ୱର୍ଗତ ମଦନମୋହନ ହୋତାଙ୍କ ଘରେ ସକାଳ ପ୍ରାୟ ୯ଟା ବେଳେ ବନ୍ଧୁକଧରି ହଠାତ୍ ପହଞ୍ଚିଯାଇଥିଲା ବିକ୍ରମ ।ଘରେ ଥିଲେ ମଦନମୋହନଙ୍କ ପୁଅ ଦିବ୍ୟଲୋଚନ, ବୋହୂ ଏବଂ ନାତି । ବନ୍ଧୁକ ଦେଖାଇ ଭାଣିଜୀ କୁଆଡ଼େ ଗଲା ବୋଲି ଦିବ୍ୟଲୋଚନଙ୍କୁ ପଚାରିଥିଲା । ପ୍ରଥମେ କେହି କିଛି ବୁଝି ପାରୁନଥିଲେ, କାହିଁକି ସେହି ଯୁବକ ବିକ୍ରମ ପଣ୍ଡା, ଏମିତି ଏକ ସାଂଘାତିକ କାଣ୍ଡ କରୁଛି । ତାପରେ ଜଣା ପଡୁଥିଲା ଯୁବକ ଜଣକ ଭୀମଭୋଇ ମେଡିକାଲ କଲେଜରେ କର୍ମଚାରୀ ଥିବା ଜଣେ ଯୁବତୀ ଙ୍କୁ ଭଲ ପାଉଥିଲା । କିନ୍ତୁ କିଛି ମାସ ଆଗରୁ ତାଙ୍କର ବ୍ରେକ ଅପ୍ ହୋଇଯାଇଥିଲା । ଏବଂ ଯୁବତୀ ଜଣକ ଏହି ଯୁବକଙ୍କୁ ଭେଟିବାକୁ ମନା କରିଦେଇଥିଲେ । ବାସ୍ ଏହି ଘଟଣା ଏହି ଯୁବକ ବନ୍ଧୁକ ଧରି ଯୁବତୀ ଘରେ ପହଚିଂଯାଇଥିଲା । ଭାଣିଜୀକୁ ନଡାକିଲେ ଗୁଳି କରିଦେବାକୁ ଧମକ ବି ଦେଇଥିଲା । ବିକ୍ରମର ଏଭଳି ଉଗ୍ରରୂପ ଦେଖି ଆତଙ୍କିତ ଦିବ୍ୟଲୋଚନ ଏବଂ ପରିବାର ଶେଷରେ କୌଶଳକ୍ରମେ ଅନ୍ୟ ଏକ କୋଠରୀରେ ପଶି ଲକ୍ କରିବା ସହ ପୁଲିକୁ ଖବର ଦେଇଥିଲେ । ସାଢେ ୬ ଘଂଟାର ଉଦ୍ୟମ ପରେ ପୋଲିସ କବଜାକୁ ଆସିଥିଲା ଦୁବୃର୍ତ । ଘର ପଛପଟ ଝରକା ପଟୁ ସିଡି ଲଗାଇ ପଶିଥିଲେ ଏସଡିପିଓ। ତାପରେ ଅତି ଚତୁରତତାର ସହ ପ୍ରଥମେ ଦିବ୍ୟଲୋଚନ ଓ ପରେ ପତ୍ନୀ ଏବଂ ପୁଅଙ୍କୁ ଉଦ୍ଧାର କରିଥିଲେ ।
ପ୍ରଥମେ ବିକ୍ରମ ସହ କଥା ହେବା ପାଇଁ ତାର ନିକଟତମ ବନ୍ଧୁମାନଙ୍କୁ ପଠାଇଥିଲା ପୁଲିସ। ତଥାପି ଫଳ ଶୂନ୍ । ଶେଷରେ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଭାବେ ଘରେ ପଶି ବିକ୍ରମକୁ କୌଶଳକ୍ରମେ କାବୁ କରିଥିଲେ । ଏହି ସମୟରେ ବିକ୍ରମ ପ୍ରାୟ ୨ ରାଉଣ୍ଡ ଗୁଳି ଫୁଟାଇଥିବା କହିଛି ପୁଲିସ।ଘର ଭିତରୁ ଉଦ୍ଧାର ପରେ ଘଟଣା ସଂପର୍କରେ ବନ୍ଧକ ତଥା ଘରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଛନ୍ତିଲୋମହର୍ଷକ କାହାଣୀ।