THE BYAPINI

ରିମାଣ୍ଡ ଖୋଲିଲା ‘ପାଠକ’ଙ୍କ ମିଛ ପେଡ଼ି

Get real time updates directly on you device, subscribe now.

ରିମାଣ୍ଡ ଅବଧି ସରିବା ପରେ ଜେଲ ଯାଇଛନ୍ତି ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକ । ୩ ଦିନିଆ ରିମାଣ୍ଡରେ ପାଠକ ବାପା,ପୁଅଙ୍କୁ ନେଇ ଭିଜିଲାନ୍ସ ଗୁଡାଇତୁଡାଇ ପ୍ରଶ୍ନ କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟା ମିଳିଛି । ଜେରା ବେଳେ ସବିଶେଷ ତଥ୍ୟ ମିଳୁଥିବାରୁ ଆଉ ସେମାନଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଭିଜିଲାନ୍ସର ତଦନ୍ତକାରୀ ଅଧିକାରୀ । ଗିରଫ ପୂର୍ବରୁ ନଭେମ୍ବର ମାସରେ ବାପା, ପୁଅ ମିଳିତ ଭାବେ ଭୁବନେଶ୍ୱରରେ ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କରେ ୮୫ ଲକ୍ଷ ଟଙ୍କା ଜମା କରିଥିଲେ । ଏହା ସହ ଝିଅ ବାହାଘରରେ ୬୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପୁଅ ବାହାଘର ପାଇଁ ବଜେଟ ୧୦ କୋଟି ଥିଲା ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି । ଅଭୟକାନ୍ତ ଯେଉଁ ଦାୟିତ୍ୱରେ ଥିଲେ, କଣ ସବୁ ଦୁର୍ନୀତି କରିଛନ୍ତି ସେ ନେଇ ଖୋଳତାଡ ଚାଲିଛି ।

ସେପଟେ ଆକାଶ ଟ୍ରାଭେଲ ସଂସ୍ଥା ସ୍କାଏ କିଙ୍ଗକୁ ଠକେଇ କରିଥିବା ମାମଲାରେ ଟାଟା ମୋଟର୍ସ ସ୍ପଷ୍ଟୀକରଣ ରଖିଛି । ଟାଟା ମୋଟର୍ସ କମିସନରେଟ ପୁଲିସକୁ ଜଣାଇଛି ଯେ, ଆକାଶ କେବେ ବି ଟାଟା ମୋଟର୍ସର କର୍ମଚାରୀ ନଥିଲେ । ସ୍କାଏ କିଙ୍ଗ ସଂସ୍ଥା ସହ ତାଙ୍କର କୌଣସି କାରବାର ନାହିଁ । ଏପଟେ ଅଭୟକାନ୍ତ ପାଠକ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି । ତାଙ୍କ ପୁଅ ଟାଟା ମୋଟର୍ସରେ କାମ କରନ୍ତି । ସବୁର ପ୍ରମାଣ ଅଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.