THE BYAPINI

ଜୁଲାଇ ୩୧ରେ ସିବିଏସଇ ଦ୍ୱାଦଶ ରେଜଲ୍ଟ!

Get real time updates directly on you device, subscribe now.

ଜୁଲାଇ ୩୧ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ଫଳାଫଳ । ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ମାର୍କସିଟ୍ ପ୍ରସ୍ତୁତ କରିବାକୁ ତିଆରି ହୋଇଥିବା ୧୩ ସଦସ୍ୟ ବିଶିଷ୍ଟ ସମିତି ଏନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି । ୩୧ ଜୁଲାଇ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣିଂ ଜେନେରାଲ ।

ତେବେ କେମିତି ରହିବ ମୂଲ୍ୟାୟନ । ଦଶମ ଶ୍ରେଣୀର ୫ ଟି ବିଷୟରୁ ୩ ଟି ବିଷୟରେ ସବୁଠାରୁ ଭଲମାର୍କକୁ ଦ୍ୱାଦଶ ଶ୍ରେଣୀ ଫାଇନାଲ ମାର୍କର ଆଧାର କରାଯିବ ।ଏହାସହ ଏକଦଶ ଶ୍ରେଣୀର ୫ ଟି ବିଷୟରୁ ହାରାହାରି ମାର୍କ ନିଆଯିବ । ଏହାସହ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଓ ପ୍ରାକ୍ଟିକାଲ ନମ୍ବର ନିଆଯିବ ।ଦଶମ ନମ୍ବରକୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଓ ଦ୍ୱାଦଶ ନମ୍ବରର ୪୦ ପ୍ରତିଶତ ହିସାବକୁ ନେଇ ରେଜଲ୍ଟ ପ୍ରକାଶ ପାଇବ । ସୁପ୍ରିମକୋର୍ଟ ସିବିଏସଇକୁ କହିଛନ୍ତି କି ପରିଣାମ ସମିତି ପରୀକ୍ଷାର ବିଶ୍ୱସନୀୟତାକୁ ଆଧାର କରି ନିଷ୍ପତ୍ତି କରିଛି । ସ୍କୁଲମାନେ ପ୍ରି ବୋର୍ଡ ପରୀକ୍ଷାରେ ପିଲାମାନଙ୍କୁ ଅଧିକ ମାର୍କ ଦେଇଥାନ୍ତି । ସିବିଏସଇର ହଜାରେ ସ୍କୁଲରେ ପ୍ରତ୍ୟେକ ସ୍କୁଲର ପରିଣାମ କମିଟି ପ୍ରସ୍ତୁତ ହେବ ।

ସ୍କୁଲର ୨ ବରିଷ୍ଠ ଶିକ୍ଷକ ଓ ପଡୋଶୀ ସ୍କୁଲର ଜଣେ ମଡରେସନ୍ କମିଟି ଭାବେ କାର୍ୟ୍ୟ କରିବେ । ଯେପରି ସ୍କୁଲ ଅଧିକ ମାର୍କ ବା ବଢାଇ ଚଢାଇ ମାର୍କ ନଦିଏ ତା ଉପରେ ନଜର ରଖାଯିବ । ଗତ ଜୁନ ୪ ତାରିଖରେ ସିବିଏସଇ ଆସେସମେଣ୍ଟ୍ ପଲିସି ପାଇଁ ୧୩ ଜଣିଆ କମିଟି ଗଠନ କରିଥିଲା । ରିପୋର୍ଟ ପ୍ରଦାନ ପାଇଁ ୧୦ ଦିନ ସମୟ ଦିଆଯାଇଥିଲା । ଏହାସହ ଛାତ୍ରମାନେ ଯଦି ରେଜଲ୍ଟକୁ ନେଇ ଖୁସି ନଥିବେ ସେମାନେ ସ୍ଥିତି ସୁଧୁରିଲେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋଲି ସରକାର କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.