THE BYAPINI

ନୟାଗଡ଼: ରିମାଣ୍ଡରେ ସତ ମାନିବ ଅଭିଯୁକ୍ତ!

Get real time updates directly on you device, subscribe now.

ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରିମାଣ୍ଡରେ ଯିବ ଅଭିଯୁକ୍ତ । ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ପକସୋ କୋର୍ଟ । ରିମାଣ୍ଡରେ ନେଇ ଅଭିଯୁକ୍ତଠୁ ସତ ବାହାର କରିବାକୁ ଚେଷ୍ଟା କରିବ ପୁଲିସ । ୬ ବର୍ଷର କୁନି ଝିଅକୁ କେମିତି ହତ୍ୟା କରାଯାଇଥିଲା ସେ ନେଇ ପଚରାଉଚରା କରିବ ପୁଲିସ ।

ପୋଲିସ ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା । ହେଲେ କୋର୍ଟ କେବଳ ୩ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଗତ ୧୨ ତାରିଖରେ ଖେଳୁଥିବା ୬ ବର୍ଷର ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲା । ବାପା ମାଆ ଖୋଜାଖୋଜି କରି ନପାଇବା ପରେ ଗତ ୧୩ ତାରିଖରେ୍ ଏଫଆଇଆର ଦେଇଥିଲେ । ଏହାପରେ ପୁଲିସ ଏକ ଟିମ ପଠାଇ ଗାଁରେ ଖୋଜାଖୋଜି କରିଥିଲା । ନିଖୋଜର ୫ ଦିନ ପରେ ପୁଲିସ ଗ୍ରାମ ପଛପାଖ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଥିଲା । ତେବେ ଶିଶୁର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଥିଲା । ଶିଶୁକନ୍ୟାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ରଶିରେ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ନୟାଗଡ ଏସପି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.