THE BYAPINI

‘କୋଟିଏ ଟଙ୍କା ଲାଞ୍ଚ ନେଇଛନ୍ତି ଜିଲ୍ଲାପାଳ’

Get real time updates directly on you device, subscribe now.

ମାଲକାନଗିରି: ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ତା ପୁଣି କୋଟିଏ ଟଙ୍କାର । ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ପୁଣି ଆସିଲା ସାଂଘାତିକ ଅଭିଯୋଗ । ଆଉ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଦେଶ କଂଗ୍ରେସ କମିଟିର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ।ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ପ୍ରଦୀପ କହିଛନ୍ତି ।

ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଜିଲ୍ଲାପାଳ ଜିଲ୍ଲାର ଅଧିକାଂଶ ଖଣି ଖାଦାନ ଟେକି ଦେଇଛନ୍ତି । ଲଘୁ ଖଣି ଖାଦାନର ନିଲାମୀ ଲାଗି ସ୍ଥାନୀୟ ତହସିଲଦାର ମାନଙ୍କୁ କ୍ଷମତା ଦିଆଯାଇ ଥିବା ବେଳେ ଆନ୍ଦ୍ର ର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇ ନିଜେ ଜିଲ୍ଲାପଳ ଟେଣ୍ଡର ଆହ୍ୱାନ କରିଥିଲେ ଏବଂ ତିନି ଦିନ କାଳ ଟେଣ୍ଡର ବକ୍ସକୁ ନିଜ ଘରେ ରଖି ଚାଭା ବେଣୁଗୋପୋଳ ନାମକ ଏକ ଆନ୍ଧ୍ରର ଠିକାଦାରଙ୍କୁ ସହଯୋଗ କରାଯାଇ ଥିବା ଅଭିଯୋଗ ହୋଇଛି । ଏବଂ ଏହି ସମୟରେ ବେଣୁଗୋପାଳଙ୍କ ବିଡ୍ ଡକ୍ୟୁମେଂଟକୁ ପରିବର୍ତନ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ପ୍ରଦୀପ ମାଝୀ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିବା ପଛରେ ଚଞ୍ଚକତା କରାଯାଇଛି । ଏମ୍ଜିକ୍ୟୁ ୨.୩୮ କୋଟି ଟଙ୍କା ହୋଇଥିବା ବେଳେ ୧ କୋଟି ଟଙ୍କାର ସଲଭେନ୍ସିରେ ଲିଜ୍ ଦିଆଯାଇଥିବା ପ୍ରଦୀପ କହିଛନ୍ତି ।

ଗତ ୨୦ ତାରିଖରେ ଟେଣ୍ଡର ବକ୍ସକୁ ଟ୍ରେଜରିକୁ ହସ୍ତାନ୍ତର କରାଯାଇଥିବା ଟେଣ୍ଡର ପ୍ରୋସିଡିଙ୍ଗସରେ ଦର୍ଶାଯାଇଛି । ହେଲେ ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି ୨୩ ତାରିଖରେ ଗୋଟାଏ ୩୬ ମିନିଟରେ ଟ୍ରେଜରି ଟେଣ୍ଡର ବକ୍ସ ରିିସିଭ କରାଯାଇଛି । କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫ କୋଟି ଟଙ୍କାର ଘର ଦ୍ୱାର ଓ ପ୍ଲାଂଟ ଥିବା ଦର୍ଶାଇ କୋଟିଏ ଟଙ୍କାର ସଲଭେନସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହାକୁ ଆଧାର କରି କୋଟିଏ ଟଙ୍କା ସ୍ଥାନରେ ୨ କୋଟି ୩୮ ଲକ୍ଷ ଟଙ୍କାର ପଥର କୁଆରି ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ କୋଟିଏରୁ ଉର୍ଧ ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ସେହିପରି ମାର୍ଚ ୩୦ ତାରିଖରେ ସମ୍ପୃକ୍ତ କମ୍ପାନୀକୁ ୭ଟି କୁଆରି ଦେବା ଲାଗି ଟେଣ୍ଡର ପ୍ରକ୍ରିୟାରୁ ସ୍ଥିର ହୋଇଥିବା ବେଳେ ମାର୍ଚ ୩୧ ତାରିଖରେ ଗୋଟିଏ ଏମଜି ହେକ୍ଟର କାରକୁ ଜିଲ୍ଲାପଳଙ୍କୁ ଲାଞ୍ଚ ଆକାରରେ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

Get real time updates directly on you device, subscribe now.

Leave A Reply

Your email address will not be published.