କାଲି କମିଥିଲା ଆଜି ବଢିଲା.. କମୁନି ମୃତ୍ୟୁ ସଂଖ୍ୟା
ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଗତକାଲି ଅପେକ୍ଷା ଆଜି ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୬୫ ହଜାର ୮୪୫ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ପୁଣି ୩ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଏଯାଏ ନିୟନ୍ତ୍ରଣର ଆସୁନାହିଁ ।
ଦିନକରେ ୩ ହଜାର ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୫.୨୪ ପ୍ରତିଶତ । ସେହିପରି କଟକରୁ ୪୮୦,ଅନୁଗୁଳରୁ ୧୧୮, ବାଲେଶ୍ୱରରୁ ୧୭୪, ଭଦ୍ରକର ୧୯୪, କେନ୍ଦ୍ରାପଡାରୁ ୧୪୭,ମୟୁରଭଂଜରୁ ୧୮୦,ନୟାଗଡରୁ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୬,୯୪୬ରେ ପହଞ୍ଚିଛି ।
ସେହିପରି ଦିନକରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା ବେଳେ ବରଗଡ଼, କଟକ , ପୁରୀ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ଜଗତସିଂହପୁର , ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ କନ୍ଧମାଳ, କେନ୍ଦ୍ରାପଡ଼ା , କୋରାପୁଟ, ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।