THE BYAPINI

ବନ୍ଧା ହେଲେ ନକଲି ଔଷଧ କାରବାରର କାର୍ପଟଦାର

Get real time updates directly on you device, subscribe now.

କଟକ : କରୋନା ବେଳେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା କାର୍ପଟଦାର ଗିରଫ । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଶିବ ଜେନାଙ୍କୁ ଶେଷରେ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଶିବ ଜେନାଙ୍କୁ ଗିରଫ ପରେ ନକଲି ଔଷଧ କାରବାର ନେଇ ପଚରାଉଚରା କରାଯାଉଛି । ନକଲି କାରବାରର ଗୁମର ଫିଟାଇବା ପାଇଁ ଶିବ ଜେନାଙ୍କୁ ରିମାଣ୍ଡରେ ଆଣିପାରେ ଏସଟିଏଫ ।

ଗତକାଲି ଶିବପ୍ରସାଦଙ୍କ ପତ୍ନୀ ତଥା କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ଅନ୍ୟତମ ନିର୍ଦ୍ଦେଶକ ଶୁଭଲକ୍ଷ୍ମୀ ଜେନା ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଏସଟିଏଫ। ଗିରଫ ପରେ ସେମାନଙ୍କୁ ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି।

କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିର ଫାଭିମ୍ୟାକ୍ସ-୨୦୦ ଓ ଫାଭିମ୍ୟାକ୍ସ-୪୦୦ ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ଏମାନେ। ଯେଉଁ ଷ୍ଟ୍ରିପ୍ର ଦାମ୍ ୬୫ ଟଙ୍କା ଥିବା ବେଳେ ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା କରୁଥିଲେ। ୨୦୨୧ ଜୁନ୍ ୧୨ ତାରିଖରେ ମହାରାଷ୍ଟ୍ର ଡ୍ରଗ୍ସ କଣ୍ଟ୍ରୋଲରଙ୍କଠାରୁ ସୂଚନା ପାଇ କଟକ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ରେ ଚଢ଼ଉ କରାଯାଇଥିଲା। କାରଣ ଏହି ସଂସ୍ଥା ହିମାଚଳପ୍ରଦେଶର ସୋଲାନ୍ସ୍ଥିତ ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀଠାରୁ ମଗାଇଥିଲା ଫାଭିମାସ୍କ-୪୦୦ ଔଷଧା। କିନ୍ତୁ ତଦନ୍ତରେ ଜଣାପଡ଼ିଥିଲା, ସୋଲାନରେ ଏଭଳି କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ଘଟଣାର ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୩ଟି ଟିମ୍ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଥିବା ବେଳେ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.