ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ
କରୋନାର ଦ୍ୱିତୀୟ ଲହର ପ୍ରଭାବ କମିନଥିବା ବେଳେ ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ୪୮ଟି କେସ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୯ଟି, ମଧ୍ୟପ୍ରଦେଶରେ ୭ଟି ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି । ସେହିପରି କେରଳରେ ୩ଟି, ଗୁଜୁରାଟ ଓ ପଂଜାବରେ ୨ଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଜମ୍ମୁ ଓ କର୍ଣ୍ଣାଟକରେ ଗୋଟାଏ ଲେଖାଁଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି । ଡେଲଟା ପ୍ଲସ ଭ୍ୟାରିଆଂଟ ରୂପ ବଦଳାଇ ଡେଲଟା ପ୍ଲସ ଭାବେ ସାମନାକୁ ଆସିଛି ।