THE BYAPINI

ଆଉ ଅଧିକ ଆବଶ୍ୟକ

Get real time updates directly on you device, subscribe now.

ରାଜ୍ୟରେ ଟିକାର ଅଭାବ ଯୋଗୁଁ ହୋଇପାରୁନି ଟିକାକରଣ । କେନ୍ଦ୍ରରୁ ଆବଶ୍ୟକ ଟିକା ଆସୁନଥିବାରୁ ଟିକାକରଣ ପ୍ରକିୟା ବାଧାପ୍ରାପ୍ତ ହେଲାଣି । ଆଜି ରାଜ୍ୟର ୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଟିକାରଣ ।ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ରେ ଟିକାକରଣ ବନ୍ଦ ରହିଛି ।

ଗତକାଲି ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବାବେଳେ ଆଜି ୧୬ ଜିଲ୍ଲାରେ ଟିକାକରଣ ବନ୍ଦ ।
ରାଜ୍ୟରେ ୩ ଲକ୍ଷ ଟିକାକରଣ କରିବାକୁ ଓଡିଶା ଲକ୍ଷ୍ୟ ଧାର୍ଯ୍ୟ ରଖିଛି । ହେଲେ ଟିକା ଅଭାବରୁ ରାଜ୍ୟରେ ଟାର୍ଗେଟ ପୂରଣ ହେଉନି । ୫୦ ହଜାର ଟିକାକରଣ କରିବା କଷ୍ଟକରଣ ହୋଇଗଲାଣି । ଜୁନ ୨୧ ପରେ ଆଜି ରାଜ୍ୟରେ ସବୁଠୁ କମ ଟିକାଦାନ ହେବ । ଗତକାଲି ସାରା ରାଜ୍ୟରେ ମାତ୍ର ୪୯ ହଜାର ୬୩୭ ଜଣଙ୍କୁ ଟିକା ଦିଆଯାଇଛି । ସବୁଠାରୁ ବଡ କଥା ହେଉଛି ଭୁବନେଶ୍ୱରକୁ ଛାଡି ରାଜ୍ୟରେ ମାତ୍ର ୨୨ ହଜାର ୭୯୨ କୋଭିସିଲ୍ଡ ଡୋଜ୍ ଦିଆଯାଇଛି । ଏବଂ ଆଉ ମାତ୍ର ୧୯ ହଜାର କୋଭିସିଲ୍ଡ ଡୋଜ୍ ଟିକା ରହିଛି ।

ଟିକା ଅଭାବ ପାଇଁ ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ତ୍ବରାନ୍ବିତ ହୋଇପାରୁ ନାହିଁ । ତେବେ ଆଜି ୧ଲକ୍ଷ ଡୋଜ କୋଭିସିଲଡ ଟିକା ପହଞ୍ଚିବାର ସୂଚନା ମିଳିଛି।ଟିକାକରଣ ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କୁ ୬ ଲକ୍ଷ ଡୋଜ୍ ଟିକା ମାଗିଥିଲେ ରାଜ୍ୟ ସରକାର । ହେଲେ କେନ୍ଦ୍ର ସରକାର ଟିକା ନଯୋଗାଇବାରୁ ରାଜ୍ୟରେ ୧୫ ଶହ ୬୦ ଟିକାକରଣ କେନ୍ଦ୍ରରୁ ୧୩ ଶହ ୫୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଏପଟେ ଜୁନ୍ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ମଧ୍ୟ ଆସିନି ।

Get real time updates directly on you device, subscribe now.

Leave A Reply

Your email address will not be published.