THE BYAPINI

ନିଅଣ୍ଟିଆ ବର୍ଷାରେ ଜୁନ ସରିଲା..ଅନିଶ୍ଚିତତାରେ ଜୁଲାଇ

Get real time updates directly on you device, subscribe now.

ଜୁନ ସରିଗଲା । ହେଲେ ବର୍ଷାର ଦେଖାନାହିଁ । ନିଅଂଟିଆ ବର୍ଷା ଯୋଗୁଁ ଚାଷ ପ୍ରତି ବିପଦ ବଢିବାର ଆଶଙ୍କା ଦେଖାଦେଇଛି । ମୌସୁମୀ ଦୁର୍ବଳ ଯୋଗୁଁ ଜୁନ ମାସରେ ଭଲ ବର୍ଷା ହୋଇନି । ପାଣିପାଗର ଆକଳନ ଅନୁସାରେ ଜୁଲାଇରେ ବି ଭଲ ବର୍ଷାର ଆଶା କମ । ତେବେ ବର୍ଷା ଅଭାବ ଯୋଗୁଁ ଏବେ ଚିନ୍ତାରେ ଚାଷୀ ।

୧୪ ଜିଲ୍ଲାର ୧୫୨ ବ୍ଲକରେ ଜଳ ଅଭାବରୁ ଶୁଖିଲା ପଡିଛି ମାଟି । ଚାଷ କାମ ଆଗେଇ ପାରୁନି । ଧାନ ବୁଣା, ତଳି ପକା ପାଇଁ ଚାଷୀ ବର୍ଷାକୁ ଅନାଇ ବସିଥିବା ବେଳେ ବର୍ଷା ଗାଏବ । ଅଧିକାଂଶ ଜିଲ୍ଲାରେ ବର୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଯଦି ଭଲ ବର୍ଷା ନହୁଏ ତେବେ ଚାଷ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।
ଦେଶରେ ଜୁଲାଇ ମାସରେ ମଧ୍ୟ ସ୍ୱାଭାବିକ ବର୍ଷା ରହିବ ବୋଲି ଆଇଏମଡି ପକ୍ଷରୁ ଅନୁମାନ କରାଯାଇଛି । ଓଡିଶାର ଉତର ଆଭ୍ୟନ୍ତରୀଣ ତଥା ଉତର ଉପକୂଳ ଓଡିଶାରେ ସ୍ୱାଭାବିକ ଠାରୁ କମ ବର୍ଷା ଜୁଲାଇ ମାସରେ ରହିବ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଅଂଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ବୌଦ୍ଧ ସୋନପୁରରେ ସ୍ୱାଭାବିକଠାରୁ କମ ବର୍ଷା ହେବାର ସମ୍ଭାବନା ରହିଛି । କରୋନା ଯୋଗୁ ଚାର୍ଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଭଲ ଚାଷ କରି ଦୁଇ ପଇସା ରୋଜଗାର କରିବାକୁ ଚାଷୀ ଆଶା କରିଥିବା ବେଳେ ଏବେ ବର୍ଷା ସାଜିଛି ଦାଉ ।

Get real time updates directly on you device, subscribe now.

Leave A Reply

Your email address will not be published.