THE BYAPINI

ରାଜଧାନୀରେ ସେଂଚୁରୀ ମାରିଲା ପେଟ୍ରୋଲ

Get real time updates directly on you device, subscribe now.

ପକେଟ ପୋଡୁଛି ପେଟ୍ରୋଲ । ପୂର୍ବରୁ ଦେଶର ବିଭିନ୍ନ ବିଭିନ୍ନ ସ୍ଥାନରେ ଓ ଓଡିଶାର ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏହା ସେଂଚୁରୀ ମାରିଛି । ଆଜି ଭୁବନେଶ୍ୱରରେ ଏହା ଶହେ ଅତିକ୍ରମ କରିଛି ପେଟ୍ରୋଲ ।

ପେଟ୍ରୋଲ ଦର ରାଜ୍ୟର ଅଧିକାଂଶ ସ୍ଥାନରେ ଶତକ ପାର କରିଛି । କାଲିମେଳାରେ ଏହା ସର୍ବାଧିକ ୧୦୬ ଟଙ୍କା ରହିଛି । ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୧୧ ପଇସା ରହିଛି । ତେବେ ଟ୍ୱିନସିଟିରେ ବି ଏହା ୧୦୦ ଟପିଯାଇଛି । କଟକରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ଥିବା ବେଳେ ଖୋର୍ଦ୍ଧାରେ ରହିଛି ୧୦୦ ଟଙ୍କା ୬ପଇସା । ରାଜ୍ୟର ୨୫ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । ପେଟ୍ରୋଲ ଦରରେ ଲଗାତାର ଏଭଳି ବୃଦ୍ଧି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।

ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୯ ଟଙ୍କା ୧୬ ପଇସା ଥିବାବେଳେ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୦୫ ଟଙ୍କା ୨୪ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ୯୬ ଟଙ୍କା ୭୨ ପଇସା ରହିଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରିଛି। କରୋନା ପାଇଁ ଲକ୍ଡାଉନ୍ ହେଉଥିବା ଯୋଗୁ ଅନେକ ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି। ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.