ଓଡିଶାରେ ଖସୁନି ସଂକ୍ରମଣ, କମୁନି ମୃତ୍ୟୁ
ରାଜ୍ୟରେ କରୋନା ସଂକ୍ରମଣ କେବେ ଖସୁଛି ତ କେବେ ବଢୁଛି । ୧୦ ଜିଲ୍ଲାରେ ଏବେ ବି ସଂକ୍ରମଣ ହାର ଉଚ୍ଚ ରହିଛି । ମୃତ୍ୟୁସଂଖ୍ୟା ମଧ୍ୟ କମିବାର ନାଁ ନେଉନି । ସଂକ୍ରମଣ କେଉଁ ଦିନ ୩ ହଜାର ଉପରେ ରହୁଛି କେଉଁ ଦିନ ୩ ହଜାର ତଳକୁ ଖସୁଛି । ସଂକ୍ରମଣର ଆଖିଦୃଶିଆ ହ୍ରାସ ହେଉନାହିଁ । ଯାହା ସରକାରଙ୍କ ଚିନ୍ତା ବଢାଇଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୭୧ ହଜାର ୫୫୪ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୪.୦୭% । ହେଲେ କଟକ, ଭୁବନେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି । ସେହିପରି ଉପକୂଳବର୍ତୀ ଜିଲ୍ଲାଗୁଡିକରେ ମଧ୍ୟ ସଂକ୍ରମଣ ତଳକୁ ଖସୁନି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୨୩୭, ଭଦ୍ରକରୁ ୧୬୩, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ମୟୁରଭଂଜରୁ ୧୬୫, ପୁରୀରୁ ୧୩୨, ନୟାଗଡରୁ ୯୬,କେନ୍ଦ୍ରାପଡାରୁ ୭୯, ଢେଙ୍କାନାଳରୁ ୭୭, କେନ୍ଦୁଝରରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦିନକରେ ୪୫ ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ଜଣ ରହିଥିବା ବେଳେ କଟକ, ବରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ଼, ସୋନପୁର, ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାଗଡ଼, ପୁରୀ, ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ରାଜ୍ୟରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ରେ ପହଚିଂଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୫୫୭ ।
ଓଡିଶା ସମେତ ୬ ରାଜ୍ୟରେ ସଂକ୍ରମଣ କମୁନି । ଓଡିଶାରେ କାହିିଁକି ଖସୁନି ସଂକ୍ରମଣ । ଉଚ୍ଚ ସଂକ୍ରମଣର କାରଣ ଖୋଜିବାକୁ ଓଡିଶା ଆସୁଛି କେନ୍ଦ୍ରୀୟ ଟିମ । ଏହି ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ କୋଭିଢ ଟେଷ୍ଟିଂ,ନିରୀକ୍ଷଣ, ନିୟନ୍ତ୍ରଣ ସହ ଟିକାକରଣର ତଦାରଖ କରିବ ।