THE BYAPINI

ଟିକାକରଣରେ ନୂଆ ରେକର୍ଡ

Get real time updates directly on you device, subscribe now.

ଓଡିଶାର ନୂଆ ରେକର୍ଡ । କରୋନା ଟିକାକରଣ କ୍ଷେତ୍ରରେ ବଡ ବଡ ରାଜ୍ୟକୁ ପଛରେ ପକାଇ ନୂଆ ମାଇଲଖୁଂଟ ଅତିକ୍ରମ କରିଛି ରାଜ୍ୟ । ରାଜ୍ୟରେ କୋଟିଏ ଟପିଛି ପ୍ରଥମ ଡୋଜ ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଓଡିଶାବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଶ୍ର୍ରେୟ ଦେଇଛି ସ୍ୱାସ୍ଥ୍ୟବିଭାଗ ।

କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଟିକାକରଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା ।ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇସାରିଲାଣି । କିଭଳି ଅଧିକରୁ ଅଧିକ ଲୋକ ସୁରୁଖୁରରେ ଟିକା ନେଇପାରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡିଶା ସରକାର । ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ନେଇ ଟାର୍ଗେଟ ରଖିଛି ଓଡିଶା । ହେଲେ ଟିକ ଅଭାବ ଯୋଗୁଁ ଅନେକ ସମୟ ଟିକାକରଣ ପ୍ରଭାବିତ ହେଉଛି । ଏହାରି ମଧ୍ୟରେ ଏକ କୋଟି ୨୦ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ ଟିକାନେଇସାରିଲେଣି । ସେହିପରି ଦ୍ୱିତୀୟ ଡୋଜ ଟିକା ପାଖାପାଖି ୨୨ ଲକ୍ଷ ୧୦ ହଜାର ୩୦୩ ଲୋକ ନେଇସାରିଲେଣି । ଟିକାକରଣରେ ନୂଆ ରେକର୍ଡ ରଚିଛି ରାଜ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.