ଆବାସ ଯୋଜନା: ହଜାରେ କୋଟିର ଦୁର୍ନୀତି!
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେପି । ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏପରିକି ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛି ବିଜେପି ଏହାକୁ ନେଇ ରାଜ୍ୟରେ ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏଁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ।
ବିଜେପି ନେତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବା କେନ୍ଦ୍ରକୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ରାଜ୍ୟରେ ଆସି ୫ଟି ଜିଲା ୯ ଟି ବ୍ଲକରେ ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ୧ ଲକ୍ଷ ଘରରେ ୧୦୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବ ଜଣାପଡ଼ିଛି । ବିଜୁ ପକ୍କା ଘର ଷ୍ଟିକର ଲାଗିଛି । ୯୮ ହଜାର ୫୬୨ ହିତାଧିକାରୀଙ୍କ ପ୍ରକୃତ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ନାହିଁ। କାମ କରିଥିବା ମନରେଗା ମଜୁରୀ ବି ମିଳି ନାହିଁ। ଏବେ ୮ ଲକ୍ଷ ୧୭ ହଜାର ଘର କେନ୍ଦ୍ର ଆବଣ୍ଟନ କରିଛି । କିନ୍ତୁ ୯ଟି ଜିଲାରେ ଗୋଟିଏ ଘର ଆବଣ୍ଟନ ହୋଇନାହିଁ। ଝାରସୁଗୁଡା ରେ ମାତ୍ର ୪ଟି ଘର ଦିଆଯାଇଛି। ଆସନ୍ତା ୭, ୮, ୯ରେ ବିଜେପି ବିକ୍ଷୋଭ କରିବ । ଯେଉଁମାନେ ତ୍ରୁଟି କରିଛନ୍ତି ମୁଖ୍ୟମନ୍ତ୍ରୀ ତୁରନ୍ତ କର୍ୟ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମୀର ମହାନ୍ତି ଦାବି କରିଛନ୍ତି । । ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ,ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି । ଯୋଗ୍ୟ ଲୋକ ନପାଇ ଅଯୋଗ୍ୟ ଲୋକ ଘର ପାଇଥିଲେ। କର୍ୟ୍ୟନୁଷ୍ଠାନ ନେବାକୁ କେନ୍ଦ୍ର କହିଥିଲେ ବି କିଛି ହେଉ ନାହିଁ। ଘର ଆବଣ୍ଟନ ରେ ପାତାର ଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।