THE BYAPINI

କମୁନି ମୃତ୍ୟୁସଂଖ୍ୟା

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ହାର ରହିଛି ୩.୯୩% । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଗତକାଲି ପରି ଆଜି ମଧ୍ୟ ମୃତ୍ୟୁ ସଂଖ୍ୟା ୫୦ ଉପରେ ରହିଛି । । ଦିନକରେ ୫୧ ଜଣଙ୍କ କରୋନାରେ ଜୀବନ ଯାଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ, ଢେଙ୍କାନାଳ, ମୟୂରଭଞ୍ଜରୁ ୫ ଜଣ ଲେଖାଁଏ ମୃତୁ ହୋଇଥିବା ବେଳେ କଟକ, ଯାଜପୁର, ନୟାଗଡ, ପୁରୀ, ସୁନ୍ଦରଗଡରୁ ୩ ଲେଖାଏଁ, ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁରରୁ ୨ ଜଣ ଲେଖାଏଁ, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୨୯୯ରେ ପହଞ୍ଚିଥିବା ବେଳେ ଭୟ ବଢାଇଛି ପ୍ରତିଦିନ ଏତେ ସଂଖ୍ୟାର ମୃତ୍ୟୁ । ଜୁଲାଇ ମାସର ୬ ଦିନରେ ୨୮୧ ମୁଣ୍ଡ ନେଲା ମହାମାରୀ ।

ଗତ ୨୪ ଘଂଟାରେ ୬୩ ହଜାର ୧୮୪ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨୪ ଶହ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୧୫୭, ମୟୂରଭଞ୍ଜରୁ ୧୦୩, ପୁରୀରୁ ୧୫୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬ରେ ପହଚିଂଛି ।

Get real time updates directly on you device, subscribe now.

Leave A Reply

Your email address will not be published.