THE BYAPINI

କାଲି ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

Get real time updates directly on you device, subscribe now.

କାଲି ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । କାଲି ସନ୍ଧ୍ୟା ୬ଟାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କେନ୍ଦ୍ରରେ ଏନ୍‌ଡିଏ ସରକାରର ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ମନ୍ତ୍ରୀମଣ୍ଡଳ ବିସ୍ତାର ହେବ ।

ମୋଦି ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ମନ୍ତ୍ରୀ ରହିବା କଥା । ତେବେ ବର୍ତମାନ ୫୩ ଜଣ ମନ୍ତ୍ରୀ ଅଛନ୍ତି । ୯ ଜଣ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରଣାଳୟ ରହିଛି । ଖବର ଅନୁସାରେ, ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଇପାରନ୍ତି ନରେନ୍ଦ୍ର ମୋଦି । ୨୦ ଜଣ ନୂଆ ଚେହେରାକୁ ସାମିଲ କରାଯାଇପାରେ । ଆଉ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ ।୨୦୨୨ ବିଧାନସଭା ନିର୍ବାଚନ ହେବାକୁ ଉତ୍ତରପ୍ରଦେଶ ସହ ପଶ୍ଚିମବଙ୍ଗ, ବିହାର ଏବଂ ମହାରାଷ୍ଟ୍ରରୁ ଅନେକ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ । ସେହିପରି ଓଡିଶାରେ କେଉଁ ନେତାଙ୍କ ଭାଗ୍ୟ ଖୋଲିବ ତାହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ବର୍ତମାନ ଦାୟିତ୍ୱ ତୁଲାଉଥିବା ବେଳେ ଏହି ଦୁଇ ମନ୍ତ୍ରୀଙ୍କ ଉପରେ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ କଣ ରହିବ ? କାହାକୁ ବାଦଦେବେ ନା ଉଭୟ ରହିବେ । ନା ଆଉ କାହାକୁ ସାମିଲ କରାଯିବ । ତା ଉପରେ ଏବେ ସମସ୍ତଙ୍କ ନଜର । ତେବେ ଅଶ୍ୱିନୀ ବୈଷ୍ଣବଙ୍କ ନାଁକୁ ନେଇ ଖୁବ ଚର୍ଚ୍ଚା ହେଉଛି । ବେ ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ଏହି ସଂଖ୍ୟା ବଢାଇବାକୁ ବିଜେପି ଯୋଜନା କରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.