ଭାରତ ବନ୍ଦ: କ’ଣ ରହିବ ଖୋଲା? କ’ଣ ରହିବ ବନ୍ଦ?
ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ଦଳ ସମର୍ଥନ କରିଛନ୍ତି । ଚାଷୀମାନେ ଚକାବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ସକାଳୁ ୮ରୁ ଦିନ ୩ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିବ । ତେବେ ଆନ୍ଦୋଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।
ଭାରତ ବନ୍ଦ ଯୋଗୁ କ୍ଷୀର,ପନିପରିବା,ଫଳ ପହଚିଂବାରେ ବାଧା ସୃଷ୍ଟି ହେବା ସହ ବସ ଟ୍ରେନ ସେବା,ଓ ଟ୍ରକର ମାଲ ପରିବହନ ବାଧାପ୍ରାପ୍ତ ହୋଇପାରେ । ଏହା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ପଂଜାବ,ରାଜସ୍ଥାନ ଓ ହରିଆଣାରେ ସମସ୍ତ ମଣ୍ଡି ବନ୍ଦ ରହିବ । କ୍ୟାବ ଓ ଟ୍ୟାକ୍ସି ଚଳାଚଳ ମଧ୍ୟ ବନ୍ଦ ରହିବ । ଚାଷୀ ଆନ୍ଦୋଳନକୁ କେତେକ ବ୍ୟାଙ୍କ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ି ।
ସେହିପରି ଏହି ସମୟରେ ଖୋଲା ରହିବ ଓøଷଧ ଦୋକାନ । ହସ୍ପିଟାଲ ଗୁଡିକରେ ମଧ୍ୟ ଚିକିତ୍ସା ସେବା ଜାରି ରହିବ । ବିବାହ ଉତ୍ସବ ଉପରେ କଟକଣା ନାହିଁ । ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ତେବେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଚାଷୀ ସଂଗଠନ ଗୁଡିକ ।ତେବେ ଏହି ବନ୍ଦ ସମୟରେ ଶାନ୍ତି ବଜାୟ ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି।