THE BYAPINI

ଆଜି ୫୭ ମୃତ୍ୟୁର ହିସାବ ଦେଲେ ସରକାର

Get real time updates directly on you device, subscribe now.

ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଉଛି । ୪ ପ୍ରତିଶତ ତଳେ ସଂକ୍ରମଣ ହାର ରହୁଛି । ହେଲେ ଆଜି ୫୭ ବି ଜଣଙ୍କ ମୃତ୍ୟୁର ହିସାବ ଦେଇଛି ସ୍ୱାସ୍ଥ୍ୟବିଭାଗ । ବଳକା ମୃତ୍ୟୁ ପାଇଁ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୋର୍ଦ୍ଧା ଓ କଟକରୁ ସଂକ୍ରମଣ କିନ୍ତୁ କମିବାର ନାଁ ନେଉନି ।

ଗତ୨୪ ଘଂଟାରେ ୭୨ ହଜାର ୬୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୨୫ ଶହ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୩.୪୯% । କଟକରୁ ସର୍ବାଧିକ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪,ବାଲେଶ୍ୱରରୁ ୨୨୧,ଭଦ୍ରକରୁ ୧୦୦,ଜଗତସିଂହପୁରରୁ ୧୨୮,ଯାଜପୁରରୁ ୧୩୯,କେନ୍ଦ୍ରାପଡାରୁ ୧୬୭,ମୟୁରଭଂଜରୁ ୧୨୪, ପୁରୀରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫୭ ଜଣଙ୍କ ମୃତ୍ୟୁ ନେଇ ହିସାବ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ଼, ଗଞ୍ଜାମ, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନାରେ ଆଖିବୁଜିଥିବା ବେଳେ । ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ , ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, କଟକ, ଦେବଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.