କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ମୋଦୀ କ୍ୟାବିନେଟର ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ୈବଠକରେ ବଡ଼ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।ଚାଷୀଙ୍କ ସହାୟତା ପାଇଁ ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ ଲକ୍ଷ କୋଟି ଟଙ୍କା ଅନୁଦାନକୁ ମଂଜୁରୀ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସରକାର ମଣ୍ଡି ଗୁଡିକର ସଶକ୍ତିକରଣ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏକ ଲକ୍ଷ କୋଟି ଟଙ୍କା ମଣ୍ଡି ମାଧ୍ୟମରେ ଚାଷୀଙ୍କ ପାଖରେ ପହଞ୍ଚିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି କୃଷକ ସମୂହଙ୍କୁ ୨ କୋଟି ଟଙ୍କାର ଋଣ ଦେବାର ବ୍ୟବସ୍ଥା କରାଯାଇଛି ।ନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ଅପିଲ କରି କହିଛନ୍ତି ଯେ,ସରକାର ଯାହା କହିଛନ୍ତି, ତାହା କରିବାକୁ ପ୍ରୟାସ ଜାରି ରହିଛି । ନୂଆ କୃଷି ଆଇନ ଲାଗୁ ହେବା ପରେ ମଧ୍ୟ ଏପିଏମସି ପୂର୍ବ ଭଳି ଜାରି ରହିବ । ଯେଉଁ ଚାଷୀ ମାନେ ଆନ୍ଦୋଳନରତ ଅଛନ୍ତି ସେମାନଙ୍କୁ ମଧ୍ୟ ଏପିଏମସି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମଧ୍ୟ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ଲଢେଇ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ପ୍ୟାକେଜ ଘୋଷଣା ହୋଇଛି । କୋଭିଡ ପାଣ୍ଠି ପାଇଁ ୨୩ ହଜାର ୧୨୩ କୋଟି ଟଙ୍କାର ଜରୁରୀ ପ୍ୟାକେଜ ମଂଜୁର ହୋଇଛି । ଏହି ଅର୍ଥ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଦିଆଯିବ । କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଦେଶରେ ୨୦ ହଜାର ଆଇସିୟୁ ବେଡ଼ ପ୍ରସ୍ତୁତ କରାଯାଇଛି । ୪ ଲକ୍ଷ ୭୦ ହଜାର ଅକ୍ସିଜେନ ସହିତ ବେଡ୍ ପ୍ରସ୍ତୁତ ରହିଛି। ସାରା ଦେଶରେ ୪ ହଜାରରୁ ଅଧିକ କୋଭିଡ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରହିଛି। କୋଭିଡ ବିରୋଧରେ ସାମୂହିକ ଭାବେ ଲଢ଼ିବାକୁ ହେବ। ଏହି ପାଣ୍ଠି ୯ ମାସ ମଧ୍ୟରେ ବ୍ୟବହାର ହେବ ବୋଲି ସରକାର କହିଛନ୍ତି। ଏହି ପାଣ୍ଠି ଜରିଆରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସଜାଡିବା ପାଇଁ ସମସ୍ତ ପ୍ରକାରରେ ସହଯୋଗ କେନ୍ଦ୍ର ସରକାର କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।