ଚିନ୍ତା ବଢାଉଛି ଟ୍ୱିନସିଟି
ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ହେେଲେ ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ସଂକ୍ରମଣ କମିବା ବଦଳରେ ବଢି ବଢି ଚାଲିଛି । ରାଜ୍ୟରେ ଗତ ୨୪ ଘଂଟାରେ ୭୮ ହଜାର ୫୬୦ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୩.୫୭% । ଖୋର୍ଦ୍ଧାରୁ ସର୍ବାଧିକ ୫୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ୪୪୧, ବାଲେଶ୍ୱରରୁ ୧୫୩,ଢେଙ୍କାନାଳରୁ ୧୨୪,ଜଗତସିଂହପୁରରୁ ୧୧୯,ମୟରଭଂଜରୁ ୧୦୯,ଯାଜପୁରରୁ ୨୫୨,ପୁରୀରୁ ୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ରେ ପହଚିଂଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛଇ ୨୭ ହଜାର ୪୨୯ ।
ସେହିପରି ଆଜି ୬୧ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ ଖୋର୍ଦ୍ଧାର ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ, ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୬ ଲେଖାଏଁ, ସମ୍ବଲପୁର, ସୁନ୍ଦରଗଡରୁ ୫ ଲେଖାଏଁ, କେନ୍ଦୁଝରରୁ ୪, କଟକ, ଢେଙ୍କାନାଳ, ନୟାଗଡରୁ ୨ ଜଣ ଲେଖାଏଁ, ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪ ହଜାର ୪୭୬କୁ ବୃଦ୍ଧି ପାଇଛି ।