THE BYAPINI

ଶୁଭେଚ୍ଛା ଜଣାଇଲେନି ବୈଜୟନ୍ତ…!

Get real time updates directly on you device, subscribe now.

ମୋଦିଙ୍କ ନୂଆ ଟିମ୍ ଗଠନ ସରିଛି, ଓଡ଼ିଶା କୋଟାରୁ ୨ ଜଣଙ୍କୁ ନମୋଙ୍କ ଟିମରେ ସ୍ଥାନ ମିଳିଛି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ଭାବେ ଶପଥ ନେବା ସହ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଉ ଶୁଭେଚ୍ଛା ଦେଇଥିବା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ରହିଛି । ଭିନ୍ନ ଦଳ ହୋଇଥିଲେ ମଧ୍ୟ ନବୀନ ଦୁଇ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାରେ ଆଦୌ କାର୍ପଣ୍ୟତା ଦେଖାଇନାହାନ୍ତି । କିନ୍ତୁ ଅନ୍ୟପଟେ ଦଳୀୟ ନେତା ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପେଯରି ଭୁଲିଯାଇଛନ୍ତି । ଏଠାରେ ଭୁଲିଯିବା କହିବା ହୁଏତ ଭୁଲ ହୋଇପାରେ କାରଣ ଯେଉଁଠି ମୋଦିଙ୍କ ନୂଆ ଟିମ ବାବଦରେ ପୂରା ଦେଶ ଜାଣୁଛି, ସେଠାରେ ଜଣେ ଅନୁଭବୀ ନେତା ଶୁଭେଚ୍ଛା ଜଣାଇବାକୁ ଭୁଲିଯିବେ ବା କିପରି? ଆଜ୍ଞା ହଁ, ଆମେ କହୁଛୁ ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ କଥା । ଯିଏ ଦୁଇ ନୂଆ ଓଡ଼ିଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାରେ ନିଜକୁ ଦୂରେଇ ରଖିଛନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବୈଜୟନ୍ତ ପଣ୍ଡା ଯେଉଁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଓ ତାଙ୍କର ଗତିବିଧି ବାବଦରେ ଯେଉଁ ପ୍ଲାଟଫର୍ମରୁ ଜାଣିବାକୁ ମିଳେ ସେଠାରେ ସେ କୌଣସି ଶୁଭେଚ୍ଛା ପୋଷ୍ଟ କରିନଥିବାର ଦେଖିବାକୁ ମିଳିଛି । ବୈଜୟନ୍ତ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏଯାଏ ଗୋଟିଏ ବି ଟୁଇଟ କରି ଶୁଭେଚ୍ଚା ଜଣାଇନଥିବା ଦେଖିବାକୁ ମିଳିଛି ।

ମନ୍ତ୍ରୀମଣ୍ଡଳ ଗଠନ ପରେ ବୈଜୟନ୍ତଙ୍କ ଶୁଭେଚ୍ଛା ବାର୍ତ୍ତା ନ ଆସିବା କାରଣରୁ ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । । କୁହାଯାଉଛି ମୋଦିଙ୍କ ନୂଆ ଟିମକୁ ନେଇ ସେତେଟା ଖୁସ ନାହାନ୍ତି ବୈଜୟନ୍ତ । ଯେଉଁଥିପାଇଁ ଏଯାଏଁ ପଦୁଟିଏ ମଧ୍ୟ କହିନାହାନ୍ତି ଜୟ । କାରଣ ମୋଦିଙ୍କ ନୂଆ ଟିମରେ ବୈଜୟନ୍ତ ସାମିଲ ହୋଇପାରନ୍ତି ବୋଲି ଗତ ଗୋଟିଏ ସପ୍ତାହ ହେବ ଜାତୀୟ ତଥା ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଜୋରଦାର ପ୍ରଚାର ଚାଲିଥିଲା । ଏପରିକି ବୈଜୟନ୍ତଙ୍କୁ କେଉଁ ବିଭାଗ ମିଳିବ ତାହାର ମଧ୍ୟ ସମ୍ଭାବ୍ୟ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଆସାମ ବିଜୟ ପାଇଁ ବୈଜୟନ୍ତଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ଅନୁଗାମୀ ମଧ୍ୟ କହି ବୁଲୁଥିଲେ । ଏହାଛଡା ଜୟଙ୍କର ଦିଲ୍ଲୀ ଲବି ମଧ୍ୟ ବେଶ ଭଲଥିବାରୁ ସେ ମନ୍ତ୍ରୀପଦ ରେସରେ ଆଗରେ ଥିବା କୁହାଯାଉଥିଲା । କିନ୍ତୁ ଏହି ଆଶା ସେତେବେଳେ ଫସର ଫାଟିଲା ଯେତେବେଳେ ଅଶ୍ୱିନୀ ଓ ବିଶ୍ୱେଶ୍ୱରଙ୍କ ନାଁରେ ମୋଦୀ ମୋହର ମାରିଥିଲେ । ପ୍ରଥମ ଥର ସଂସଦ ଯାଇଥିବା ଏହି ଦୁଇ ନେତାଙ୍କୁ ମନ୍ତ୍ରୀ ପଦ ମିଳିବା ବୈଜୟନ୍ତଙ୍କ ସମର୍ଥକଙ୍କୁ ବେଶ ବ୍ୟଥିତ କରିଛି । ଚର୍ଚ୍ଚା ହେଉଛି ବୈଜୟନ୍ତ ମଧ୍ୟ ମୋଦୀଙ୍କ ଏହି ନିଷ୍ପତିରେ ସେତେଟା ସହମତ ନୁହଁନ୍ତି । କାରଣ ଲଗାତାର କ୍ଷମତାକୁ ଉପଭୋଗ କରି ଆସୁଥିବା ବୈଜୟନ୍ତ ଦୀର୍ଘ ବର୍ଷ ହେବ କ୍ଷମତା ରାଜନୀତିର ପାଖ ମାଡି ପାରୁନାହାନ୍ତି । ଏପରିକି ୨୦୧୯ରେ ପରାଜୟ ପରେ ଏହି କଷ୍ଟ ଆହୁରି ଦ୍ୱିଗୁଣିତ ହୋଇଛି । ଯେଉଁଥିପାଇର୍ ପାୱାର ପଲିଟିକ୍ସକୁ ଫେରିବାକୁ ଜୟ ସୁଯୋଗ ଖୋଜୁଥିବା କୁହାଯାଉଛି । ଆଉ ୨୦୨୪ ନିର୍ବାଚନ ପୂର୍ବରୁ ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ବୈଜୟନ୍ତଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରିଥାନ୍ତା ପାୱାର ପଲିଟିକ୍ସକୁ ଫେରିବାକୁ । କିନ୍ତୁ ସେହି ଅଧ୍ୟାୟରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ମୋଦୀ ।
କୁହାଯାଉଛି ମନ୍ତ୍ରୀପଦ ନ ମିଳିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅଛନ୍ତି ବୈଜୟନ୍ତ । ଯେଉଁଥିପାଇଁ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏଯାଏ ଗୋଟିଏ ଶୁଭେଚ୍ଛା ବାର୍ତ୍ତା ଥିବା ପୋଷ୍ଟ ଏଯାଏର୍ ଆସିନି ।

Get real time updates directly on you device, subscribe now.

Leave A Reply

Your email address will not be published.