ଏଇ ମାସରେ +୨ ରେଜଲ୍ଟ
ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ଜୁଲାଇ ୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ ବାହାର କରିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଇ ମାସ ଶେଷ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଯଦି ୩୧ ସୁଦ୍ଧା ବାହାରିବାରେ ରେଜଲ୍ଟ ସମ୍ଭବ ନହୁଏ ଆଉ ଦିନେ ଦୁଇ ଦିନ ଅଧିକ ଲାଗିପାରେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । କୋରୋନା ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷର ପରି ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଛି।