THE BYAPINI

ଘଂଚ ଜଙ୍ଗଲରେ ଘମାଘୋଟ ଲଢେଇ

Get real time updates directly on you device, subscribe now.

ବୌଦ୍ଧ-କନ୍ଧମାଳ ସୀମାରେ ଯବାନ-ମାଓବାଦୀ ମୁହାଁମୁହିଁ । ଏକ ବଡଧରଣର ନକ୍ସଲ ବିରୋଧୀ ଅପରେସନ୍ ବେଳେ ଏସଓଜି ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଗୁଳିମାଡ଼ରେ ୨ ଯବାନ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ୨ ଯବାନଙ୍କୁ ଏମସରେ ଭର୍ତିର୍ କରାଯାଇଛି । ଯବାନଙ୍କ ହାତ ଓ ଛାତିରେ ଗୁଳିବାଜିଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ତେବେ ୨ ଯବାନଙ୍କୁ ତୁରନ୍ତ ଏୟାରଲିପ୍ଟ କରାଯାଇଥିବାରୁ ବିଏସଏଫକୁ ଧନ୍ୟବାଦ ଦେଇଛନ୍ତି ପୋଲିସ ଡିଜି ଅଭୟ । ବିଏସଏଫର ଏକ ହେଲିକପ୍ଟର ଓଡିଶା ପୋଲିସର ଏକ ଟିମକୁ କୋରାପୁଟ ଓ ମାଲାକାନଗିରିକୁ ନେଉଥିଲା । ସେପଟେ ଆହତ ଯବାନକୁ ଉଦ୍ଧାର ପାଇଁ ଆସୁଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ପାଗ ଭଲ ନଥିବାରୁ ମହା ସମୁଦ୍ରରୁ ଫେରିଗଲା । ହେଲେ ଅତି ଅଳ୍ପ ସମୟ ମଧ୍ୟରେ ବିଏସଏଫ ହେଲିକପ୍ଟରର ଫାଇଟର ପାଇଲଟ ପାଦଲେପଡା ହାଇସ୍କୁଲରେ ଏକ ଛୋଟିଆ ଜାଗାରେ ହେଲିକପ୍ଟରକୁ ଅବତରଣ କରାଇ ଦୁଇ ଆହତ ଯବାନଙ୍କୁ ଏୟାରଲିପ୍ଟ କରାଇଥିଲେ । ପାଇଲଟ, ଡାକ୍ତର. ଯବାନଙ୍କୁ ଡିଜିପି ପ୍ରଶଂସା କରିଛନ୍ତି । ସେପଟେ ଯବାନଙ୍କ ଗୁଳିମାଡ଼ରେ ମଧ୍ୟ ଏକାଧିକ ମାଓବାଦୀ ମୃତ ହୋଇଥିବା ସୂଚନା ରହିଛି । ଗତ କାଲି ରାତିରୁ ଚାଲିଛି କମ୍ବିଂ ଅପରେସନ ।

Get real time updates directly on you device, subscribe now.

Leave A Reply

Your email address will not be published.