ରଥାରୁଢ ତିନି ଠାକୁର
ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଘଂଟଘଟା ହରିବୋଲୋରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଦେଉଳ ଭିତରୁ ଧାଡ଼ିରେ ଛୁଟି ଆସିଛନ୍ତି ମହାପ୍ରଭୁ। ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି । ତିନି ରଥରେ ରଥାରୁଢ ହେଲେ ତିନି ଠାକୁର । ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଗେଲି ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ ନଟବର ନଟିଆ କାଳିଆ ସାଆନ୍ତ । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ।
ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା । ଚଳିତ ବର୍ଷା କେବେଳ ସେବାୟତ ହିଁ ମହାପ୍ରଭୁଙ୍କ ୩ ରଥକୁ ଟାଣିଟାଣିନେବେ । କେବଳ ନିର୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ପାଇଁ ମଧ୍ୟ ପୁରୀ ସହରକୁ ସଂପୂର୍ଣ୍ଣ ପୁଲିସ ଛାଉଣୀ କରାଯାଇଛି ।