ପୁରୀରେ କୋହଳ ହେଲା କର୍ଫ୍ୟୁ
ପୁରୀରୁ କର୍ଫ୍ୟୁ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ରଥଯାତ୍ରା ପାଇଁ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟାଯାଏ ପୁରୀ ଟାଉନରେ କର୍ଫ୍ୟୁ ନେଇ ଘୋଷଣା ହୋଇଥିଲା । ଆଜି ରାତି ୮ଟା ଯାଏ କର୍ଫ୍ୟୁ ନେଇ ନିଷ୍ପତି ହୋଇଥିଲେ ମଧ୍ୟ ଏହାକୁ ଆଜି ସକାଳୁ ହଟାଇଦିଆଯାଇଛି । କେବେଳ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ଅଂଚଳରେ ଆସନ୍ତାକାଲି ସକାଳ ୬ଟାଯାଏ କର୍ଫ୍ୟୁ ବଳବତ୍ତର ରହିବ ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ୟ୍ୟନ୍ତ କଟକଣା ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ୟ୍ୟନ୍ତ ବଳବତ୍ତର ରହିବ । । କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡି ଗୁଡିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ ।