THE BYAPINI

କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ୍

Get real time updates directly on you device, subscribe now.

ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଛି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି । ହେଲ ସଂକ୍ରମଣ କମୁନଥିବା କିଛି ଜିଲ୍ଲା କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତି ନେବେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସଂକ୍ରମଣ କମୁଥିଲେ ମଧ୍ୟ ଲୋକ ଢିଲାପଣ ହେବା ଅନୁଚିତ । କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର । ଯେଉଁ ମାନେ ଆସୁଛନ୍ତି ତାଙ୍କ କ୍ୱାରେଣ୍ଟାଇନ କରିବା ସହ ତାଙ୍କ ଉପରେ ନଜର ରହିବ । ଯେଉଁମାନେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଡିଏମଇଟି କହିଛନ୍ତି। ପୂର୍ବରୁ ବଡ଼ରିଂ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ । ତେଣୁ ଆମକୁ ସଚେତନ ରହିବା ଦରକାର ନ ହେଲେ ବିପଦ ପୁଣି ବଢ଼ିବ ।

ସେହିପରି ସେପ୍ଟେମ୍ବର ୧୨ ରୁ ନିଟ ପରୀକ୍ଷା ଆରମ୍ଭ ହେବ । କେନ୍ଦ୍ର ସରକାର ଯାହା ଗାଇଡ଼ ଲାଇନ ଦେବେ ସେଇ ଅନୁଯାୟୀ ପରୀକ୍ଷା କରାଯିବ । ସାନିଟାଇଜସେନ,ସାମାଜିକ ଦୂରତା, ଓ ମାକ୍ସ ପିନ୍ଧି ପରୀକ୍ଷା କରାଯିବ ବୋଲି ଡିଏମଇଟି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.