THE BYAPINI

ଓଡ଼ିଶାର କରୋନା ସ୍ଥିତି ସମୀକ୍ଷା କରିବେ ମୋଦି

Get real time updates directly on you device, subscribe now.

ଆଜି ଉତର-ପୂର୍ବାଚଂଳ ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୧୬ରେ ମୋଦି ଓଡିଶାର କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦିନ ୧୧ଟାରେ ଭିସି ମାଧ୍ୟମରେ ଆଲୋଚନା କରିବେ । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର, କେରଳ, କର୍ଣ୍ଣାଟକ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ । କୋଭିଡର କିଭଳି ସ୍ଥିତି ରହିଛି ସେ ନେଇ ସମୀକ୍ଷା କରିବେ ।

ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୋଦି ସ୍ଥିତକୁ ଯାଞ୍ଚ କରିବେ। ସଂକ୍ରମଣ ରୋକିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି? ଟିକା କରଣ କାର୍ୟ୍ୟକ୍ରମ କେମିତି ଚାଲିଛି? ଆଗକୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେମିତି ପ୍ରସ୍ତୁତ କରାଯାଇଛି, ସେ ସବୁ ବିଷୟରେ ମୋଦି ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେବେ। ଆଜି ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । କରୋନାର ନୂଆ ଭାରିଏଂଟ ଉପରେ ନଜର ରଖିବାକୁ କହିଛନ୍ତି । ଏହା ସହ ସଂକ୍ରମଣ ବଢୁଥିବା ଅଂଚଳରେ କଂଟେମେଂଟ ଜୋନ ଉପରେ ଗୁରୁତ୍ୱ ଦେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.