THE BYAPINI

ଏବେ ନିଷ୍ପତ୍ତି ବଦଳାଇବେ କି ମୋଦି ସରକାର?

Get real time updates directly on you device, subscribe now.

ଚାଷୀ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଏକାଧିକ ବାର ଆଲୋଚନା ହେଲା କିନ୍ତୁ ସୁଫଳ କିଛି ନମିଳିବା ପରେ ନୂଆ କୃଷି ଆଇନ ବିରୁଦ୍ଧରେ ସବୁଠାରୁ ବଡ ଆନ୍ଦୋଳନ ପାଇଁ ବାଟ ତିଆରି କରି ଭାରତ ବନ୍ଦ ପାଳନ କରାଗଲା । ପ୍ରଶ୍ନ ଉଠୁଛି ଏହାପରେ କଣ? ୯ ତାରିଖ ଅର୍ଥାତ୍ ବୁଧବାର ପୁଣି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ରହିଛି । କେନ୍ଦ୍ର ସରକାର ଚାଷୀ ସଂଗଠନର କଣ ସଂପୂର୍ଣ୍ଣ ଦାବି ମାନିନେବେ କି? ନା ମଝି ରାସ୍ତା କିଛୀ ବାହାର କରବା ପାଇଁ ଉଦ୍ୟମ କରିବେ । ଏବେବି ଦିଲ୍ଲୀକୁ ଚାରିପଟରୁ ଘେରି ରହିଛନ୍ତି ଏକାଧିକ ରାଜ୍ୟର ଚାଷୀ । ଆଇନ ପ୍ରତ୍ୟାହାର ନହେଲା ଯାଏଁ ସେମାନେ ପଛକୁ ଫେରିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି ।

ଉତ୍ପାଦିତ ଦ୍ରବ୍ୟର ଉଚିତମୁଲ୍ୟକୁ ନେଇ ମୁଳ ସମସ୍ୟା ଉପୁଜିଛି । ଚାଷୀ ସଂଗଠନର ଦାବି ନୂଆ ଆଇନରେ ଏମଏସପି ନେଇ କୈାଣସି ବ୍ୟବସ୍ଥା ନାହିଁ । ହେଲେ କେନ୍ଦ୍ର କୃଷିମନ୍ତ୍ରୀ ବାରମ୍ବାର କହିଛନ୍ତି ଏମଏସପି ଥିଲା ଅଛି ଆଉ ରହିବ ମଧ୍ୟ । ଏହାରି ଭିତରେ କିନ୍ତୁ ଉଭୟପକ୍ଷ ସହମତିକୁ ଆସିାରୁନାହାନ୍ତି । ଘରୋଇକ୍ଷେତ୍ର ହାତକୁ ଦେଶର ଚାଷକ୍ଷେତ୍ର ଟେକି ଦିଆଯାଉଥିବା ଅଭିଯୋଗରେ ଚାଲିଛି ଜୋରଦାର ଆନ୍ଦୋଳନ ଯାହା କମିବା ବଦଳରେ ଦିନକୁ ଦିନ ଶକ୍ତି ଏକାଠି କରିଚାଲିଛି ।

୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ସମ୍ଭବତଃ ପ୍ରଥମ ଥର ପାଇଁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ମୋଦି ସରକାର ଆହ୍ୱାନର ସାମ୍ନା କରିଛନ୍ତି । ସମାଧାନର ସୁତ୍ର ଖୋଜି ପାଉନାହାନ୍ତି । କେତେବେଳେ ପୁରଷ୍କାର ଫେରାଇବା ତ ଆଉ କେତେବେଳେ ସରକାର ବିରୁଦ୍ଧରେ ରାଜନୈତିକ ଆକ୍ରମଣ ପାଇଁ ବିରୋଧି ଦଳ ଏକାଠି ହେବା ହେଲେ ଚଳିତ ଥର ସଂଗଠିତ ହୋଇ ଆସିଥିବା ଚାଷୀ କେନ୍ଦ୍ର କଥାରେ ସହମତି ଭରି ପଛକୁ ଫେରିବାକୁ ନାରାଜ । ତିନୋଟିଯାକ କୃଷି ଆଇନ ଯେଉଁ ପର୍ଯ୍ୟନ୍ତ ପ୍ରତ୍ୟାହାର ନହୋଇଛି, ସୋଯାଏଁ ସେମାନେ ଦିଲ୍ଲୀ ସୀମା ଖାଲି କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଏବେ ଦେଖିବାକୁ ବାକି ରହିଲା, ମୋଦି ସରକାର କଣ କରୁଛନ୍ତି? ଚାଷୀଙ୍କ ଦାବି ମାନିନେଲେ ସରକାର ପଛଘୁଂଚା ଦେଲେ ବୋଲି ଗୋଟିଏ ବାର୍ତ୍ତା ଯିବ,ତେଣୁ ମଝି ରାସ୍ତା ବାହାର କରିବା କେନ୍ଦ୍ର ସରକାରଙ୍କ ପାଇଁ ନିହାତି ଜରୁରୀ ଏବଂ ଆହ୍ୱାନପୂର୍ଣ୍ଣ ମଧ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.