THE BYAPINI

କରୋନା: ବୋଲବମ୍ ମନା

Get real time updates directly on you device, subscribe now.

କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କୌଣସି ଧାର୍ମିକ ସ୍ଥାନରୁ ପାଣି ଉଠାଇପାରିବେନି କାଉଡିଆ । ସ୍ପେଶାଲ୍ ରିଲିଫ୍ କମିସନର ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିବା ସହିତ ଶ୍ରାବଣ ମାସରେ କୌଣସି କାଉଡିଆ ଭକ୍ତ ପାଣିଭାର ନେଇପାରିବେ ନାହିଁ ବୋଲି କୁହାଯାଇଛି । ଅନ୍ୟପଟେ କୌଣସି ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଜୁଲାଇ ଓ ଅଗଷ୍ଟରେ ବନ୍ଦ ରହିବ କାଉଡିଆଙ୍କ ଯାତ୍ରା । ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ପୁରା ନିୟନ୍ତ୍ରଣକୁ ଆସିନାହିଁ । ଓଡିଶାରେ ମଧ୍ୟ କିଛି ଜିଲ୍ଲାରେ ସଂକ୍ରମଣ କମିଥିଲେ ହେଁ, ବାକି କିଛି ଜିଲ୍ଲାରେ ସଂକ୍ରମଣ କମିନାହିଁ । ତେଣୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.