THE BYAPINI

ଆସନ୍ତାକାଲି ଓଡିଶା ବନ୍ଦ

Get real time updates directly on you device, subscribe now.

ଆସନ୍ତା କାଲି ଓଡିଶା ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଛି ବାମଦଳ । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଂକଟାପର୍ଣ୍ଣ ଅବସ୍ଥାରେ । ଏହି ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି ଯୋଗୁ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି । ଏହାର ସିଧାସଳଖ ପ୍ରଭାବ ମାଲ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ତୈଳ ଦର ଓ ରୋଷେଇ ଗ୍ୟାସ ଦର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେଉଛି । କରୋନା ସମୟରେ ଦର ବୃଦ୍ଧି ଲୋକଙ୍କ ଉପରେ ଦାଉ ସାଜିଛି । ତେଣୁ ସିପିଆଇ, ସିପିଆଇ(ଏମ) ସିପିଆଇ(ଏମଏଲ)ଲିବରେସନ, ଫରୱାର୍ଡ ବ୍ଲକ ପ୍ରମୁଖ ୪ଟି ବାମଦଳ ଆସନ୍ତାକାଲି ବନ୍ଦ ଡାକରା ଦେଇଛନ୍ତି । ଓଡିଶା ବନ୍ଦରେ ସାମିଲ ହୋଇ ସଂପୂର୍ଣ୍ଣ ସହଯୋଗ କରିବାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.