THE BYAPINI

ଖୋଲିବ ଦଶମ,ଦ୍ୱାଦଶ

Get real time updates directly on you device, subscribe now.

କରୋନା କଟକଣା ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ ।ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହବ । ଏନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

ସେହିପରି ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ହେବ, ସେହି ସ୍କୁଲ ପରେ ଖୋଲିବ । ଅଭିଭାବକଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସିପାରିବେ । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ତେବେ କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲାଯିବ ।

କରୋନା ସଂକ୍ରମଣ ସ୍ଥିତି ସ୍ୱାଭାବିକ ହେଲେ ନବମ ଶ୍ରେଣୀର ପାଠପଢା ଅଗଷ୍ଟ ୧୬ରୁ ଆରମ୍ଭ ନେଇ ଯୋଜନା କରାଯାଉଛି । ଏବଂ ସେପଟେମ୍ବର ୧୫ ପରେ ଏକାଦଶ ଶ୍ରେଣୀଙ୍କ ପାଠପଢା ଆରମ୍ଭ ହୋଇପାରେ ।।

Get real time updates directly on you device, subscribe now.

Leave A Reply

Your email address will not be published.