ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ ଅଫଲାଇନ ରେଜଲ୍ଟ
ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ ଅଫ ଲାଇନ ପରୀକ୍ଷା। ଅଗଷ୍ଟ ୫ ଯାଏ ପରୀକ୍ଷା ହେବାକ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି । ଅଗଷ୍ଟ ୧୦ରୁ ୧୫ ଭିତରେ ଖାତା ମୂଲ୍ୟାୟନ ହେବ । ଏବଂ ଅଗଷ୍ଟ ୨୨ ଭିତରେ ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି । । ଥିସହ ଏଣିକି ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ ବୋଲି ସଚିବ କହିଛନ୍ତି।
କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ମାଟ୍ରିକ ପରୀକ୍ଷା ହେବ। ପରୀକ୍ଷା ଦାୟିତ୍ଵରେ ଥିବା ସବୁ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷାର ୪୮ ଘଂଟା ପୂର୍ବରୁ କୋଭିଡ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତିା ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟର ପରୀକ୍ଷା କେନ୍ଦ୍ର ହେବ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବିନା ମାସ୍କରେ ପରୀକ୍ଷା ଦେଇପାରିବେନାହିଁ ଛାତ୍ରଛାତ୍ରୀ । ପରୀକ୍ଷାକେନ୍ଦ୍ରରେ ଆଇସୋଲେସନ ରୁମ ରଖାଯିବ । ପରୀକ୍ଷା ଆରମ୍ଭ ପୂର୍ବରୁ ଓ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବ ।