THE BYAPINI

ସିଂହଦ୍ଵାରରେ ପହଞ୍ଚିଲା ତିନି ରଥ,କାଲି ସୁନାବେଶ

Get real time updates directly on you device, subscribe now.

ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଥିଲା । ଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଏଥର ସଅଳ ହୋଇଛି । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ସେବାୟତ ମାନେ ଗୀତଗୋବିନ୍ଦ ଗାନ କରିଥିଲେ ।

ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି। ସୁଦର୍ଶନଙ୍କ ପରେ ଆଗରେ ବଡ଼ଭାଇ ବଳଭଦ୍ର, ପଛରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗା କାଳିଆ । ଘଣ୍ଟଘଣ୍ଟା, କାହାଳୀ ହରିବୋଲ, ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଦେଇ ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ତିନି ରଥରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା । ସେପଟେ ତିନି ରଥ- ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ ।ମାଉସୀ ମା’ ମନ୍ଦିର ପାଖରେ ମହାପ୍ରଭୁଙ୍କୁ ପୋଡ଼ପିଠା ଲାଗି କରାଯାଇଥିଲ । ଶ୍ରୀନଅର ନିକଟରେ ଗଜପତି ଲକ୍ଷ୍ମୀ -ନାରାୟଣ ଭେଟ କରାଇଥିଲେ । କୋଭିଡ୍‌ ନିୟମ ପାଳନ ପୂର୍ବକ ରଥ ଟଣା ଯାଇଥିଲା ।

ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତ୍ୟେକଟି ରାସ୍ତାକୁ ସିଲ କରାଯାଇଥିଲା। ପାଟ୍ରୋଲିଂ ଗାଡି ତୁହାକୁ ତୁହା ପଇଁତରା ମାରୁଥିଲା। କୌଣସି ଛାତ କି ବାଲକୋନି ଉପରେ କେହି ବି ଆସିବାକୁ ସାହସ କରିନଥିଲେ। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଆସନ୍ତାକାଲି ରଥାରୂଢ ଶ୍ରୀବିଗ୍ରହଙ୍କ ଅନନ୍ୟ ଓ ଦୁର୍ଲଭ ସୁନାବେଶ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.