THE BYAPINI

ଚିନ୍ତା ବଢାଉଛି ଖୋର୍ଦ୍ଧା

Get real time updates directly on you device, subscribe now.

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଉପରେ ଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରୁ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ତାଲିକାରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଗତ ୨୪ ଘଂଟାରେ ରାଜ୍ୟରେ ୭୨ ହଜାର ୬୧ ନମୂନା ପରୀକ୍ଷା ହୋଇଥିବା ବେଳେ ୧୯ ଶହ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୬୭% ।

ଖୋର୍ଦ୍ଧାରେ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୪୯୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୫, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୨୭, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୭, କଟକରୁ ୨୪୮, ଦେବଗଡ଼ରୁ ୬, ଢେଙ୍କାନାଳରୁ ୭୫, ଗଜପତିରୁ ୪, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୯୧, ଯାଜପୁରରୁ୧୨୩, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୪୯୮, କୋରାପୁଟରୁ ୮, ମାଲକାନଗିରିିରୁ ୧୮, ମୟୂରଭଞ୍ଜରୁ ୯୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୫, ପୁରୀରୁ ୧୦୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୩୩, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡ଼ରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ୬୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସୁନ୍ଦରଗଡ଼ରୁ ୧୦, ବରଗଡ଼ରୁ ୭ ଓ ଅନୁଗୁଳରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝରରୁ ୫, କେନ୍ଦ୍ରାପଡ଼ାରୁ ୪, ବାଲେଶ୍ୱରରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଭଦ୍ରକ, ବୌଦ୍ଧ, ଗଂଜାମ, ନୟାଗଡ଼ ଓ ପୁରୀରୁ ୨ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି। ସେହିପରି ସୁବର୍ଣ୍ଣପୁର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିଛି। କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.