THE BYAPINI

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

Get real time updates directly on you device, subscribe now.

ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୮୦୮ । ରହିଛି। ଦିନକରେ ୭୮ ହଜାର ୧୩୪ ନମୂନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣର ହାର ରହିଛି ୨.୪୫% । ୧୯ ଶହ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାର ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ପଛକୁ କଟକରୁ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୧୮, ଅନୁଗୁଳରୁ ୯୧, ବାଲେଶ୍ୱରରୁ ୮୪, ଜଗତସିଂହପୁରରୁ ୯୨,କେନ୍ଦ୍ରାପଡାରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଚିଂଛି ।

ସେହିପରି ୬୯ ଜଣଙ୍କ ମୃତ୍ୟୁ ତାଲିକା ଦିଆଯାଇଥିବା ବେଳେ ଖୋର୍ଦ୍ଧାରୁ ୨୬ ଜଣ, ବାଲେଶ୍ୱରରୁ ୧୦ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡାରୁ ୬ ଜଣ, ବରଗଡରୁ ୫ଜଣ, ସୁନ୍ଦରଗଡରୁ ୪ଜଣ, ବଲାଙ୍ଗୀର, ଝାରସୁଗୁଡା, ରାୟଗଡା ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୩୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୨୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୯୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.