THE BYAPINI

ଚାଷୀଙ୍କୁ ମିଳିବ କି ହକ୍‌?

Get real time updates directly on you device, subscribe now.

ଚାଷୀଙ୍କ ବନ୍ଦ ପାଳନରେ ସାମିଲ ହେଲା ସାରା ଦେଶ । ବନ୍ଦର ଆଶିଂକ ପ୍ରଭାବ ପଡିଥିଲେ ମଧ୍ୟ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ଗାଡି ମଟର ବନ୍ଦ ରହିବା ସହ ଦୋକାନ, ବଜାର ମଧ୍ୟ ବନ୍ଦ ରହିିଥିଲା । ବିକ୍ଷୋଭକାରୀ ସଡ଼କକୁ ଓହ୍ଲାଇବା ସହ ଟ୍ରେନ ସମେତ ସମସ୍ତ ପ୍ରକାର ପରିବହନ ଦିନତମାମ ଠପ୍ କରିଥିଲେ।

ରାଜ୍ୟରେ ବନ୍ଦର ଆଶିଂକ ପ୍ରଭାବ ଦେଖିବାକୁ ମିଳିଛି । ଗାଡି ମଟର ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି । କିନ୍ତୁ ଘରେ ଥାଇ ଲୋକମାନେ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଦିଲ୍ଲୀରୁ କୋଲକାତା, ଲକ୍ଷ୍ନୌରୁ ବେଙ୍ଗାଲୁରୁ, ହାଇଦ୍ରାବାଦ, ପାଟନା, ରାୟପୁର ସବୁଠି ପଡିଛି ବନ୍ଦର ପ୍ରଭାବ । ଲ୍ଲୀର ବୁରାରି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଥିବା କୃଷକମାନେ ସମବେତ ପ୍ରାର୍ଥନା କରି ପ୍ରତିବାଦ ଆରମ୍ଭ କରିଥିବାବେଳେ ଦିଲ୍ଲୀରେ ସିଂଘୁ ସୀମା, ଟିକ୍ରି, ଗାଜିପୁର ସୀମାରେ ଶହ ଶହ ଚାଷୀ ଏକାଠି ହୋଇ ବିକ୍ଷୋଭ କରିଥିଲେ ।

ବୁଧବାର କୃଷକ ଓ ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ବୈଠକ ହେବାକୁ ଯାଉଛି। କୃଷକ ସଂଗଠନ ଏହା ପୂର୍ବରୁ ଅନେକ ଥର କହିଛନ୍ତି ଯେ, ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିବା ଉଚିତ୍। ହେଲେ ସରକାର ଓ କୃଷକ ମଧ୍ୟରେ ହୋଇଥିବା ଆଲୋଚନା ବେଳେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ଵ କରୁଥିଲେ।

କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇ ଆଇନରେ ପରିଣତ କରିଥିବା ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଭାରତ ବନ୍ଦ କରିଥିଲେ। ଏହା ସମଗ୍ର ଦେଶରେ ମିଶ୍ରିତ ପ୍ରଭାବ ପକାଇଛି। ଏହି ବନ୍ଦକୁ ଦେଶର ସମସ୍ତ ବିରୋଧୀ ଦଳ ସମର୍ଥନ କରିଥିଲେ। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଂଘୁ ସୀମାରେ ପଂଜାବ ଓ ଅନ୍ୟ ରାଜ୍ୟରେ କୃଷକ ସଂଗଠନ ୧୩ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତ ।

Get real time updates directly on you device, subscribe now.

Leave A Reply

Your email address will not be published.