THE BYAPINI

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି । ଖୋର୍ଦ୍ଧାରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କି ମୃତ୍ୟୁ ସଂଖ୍ୟା କମୁନି । ଗତ ୨୪ ଘଂଟାରେ ରାଜ୍ୟରେ ୭୧ ହଜାର ୩୯ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୮ ଶହ ୩୩ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛଇ ୨.୫୮% ।

ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭୭, ବାଲେଶ୍ୱରରୁ ୧୨୯,ଭଦ୍ରକରୁ ୮୯, ଜଗତସିଂହପୁରୁ ୬୧,ଯାଜପୁରରୁ ୧୧୦,କେନ୍ଦ୍ରାପଡାରୁ ୮୭,ମୟୂରଭଂଜରୂ ୫୯ପୁରୀରୁ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ରେ ପହଚିଂଛି ।

ଆଜି ଆଉ୬୭ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ, କେନ୍ଦୁଝରରୁ ୧୦ ଜଣ ଆଖିବୁଜିଉନ୍ତି । ସୁନ୍ଦରଗଡରୁ ୬ ଜଣ, ପୁରୀରୁ ୫ ଜଣ, ଗଂଜାମ, ମୟୂରଭଂଜ ଜିଲ୍ଲାରୁ ୨ ଜଣ ଲେଖାଁଏ ମୃତ୍ରୁ୍ୟ ହୋଇଥିବା ବେଳେ ଦେବଗଡ,ଢେଙ୍କାନାଳ, ଯାଜପୁର, ଝାରସୁଗୁଡା,କନ୍ଧମାଳ, କେନ୍ଦ୍ରାପଡା ଓ ମାଲିକାନଗିରି ଜିଲ୍ଲାରୁ କରୋନାରେ ଜଣେ ଲେଖାଁଏ ଆଖି ବୁଜିଛନ୍ତି । ୫ ହଜାର ୫୧୨ରେ ମୋଟ ମୃତ୍ୟୁ ସଂଖ୍ୟା ପହଚିଂଛି ।

Get real time updates directly on you device, subscribe now.

Leave A Reply

Your email address will not be published.