THE BYAPINI

ଉଠିବନି ମାଷ୍ଟରକ୍ୟାଣ୍ଟିନ ଘୋଡ଼ା

Get real time updates directly on you device, subscribe now.

ସମାଲୋଚନା, ବିବାଦ ପରେ ବଦଳିଲା ସରକାରୀ ନିଷ୍ପତ୍ତି । ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ । ସରକାରୀ ସ୍ତରରେ ଏନେଇ ଆଲୋଚନା କରାଯାଇଛି । ଏପରିକି ଡିଜାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି ।

ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଘୋଡ଼ାକୁ ହଟାଯିବ ବୋଲି ନିଷ୍ପତ୍ତି ହେବା ପରେ ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା। କଂଗ୍ରେସ ସହ ବହୁ ସଂଗଠନ ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିଥିଲେ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ମାର୍ଟସିଟି ପ୍ରକଳ୍ପ କାରଣରୁ ସ୍ଥାପିତ ଘୋଡ଼ା ହଟିବା ଆବଶ୍ୟକ ପଡୁଛି। ଏକଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଡିଜାଇନ ପରିବର୍ତ୍ତନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଘୋଡ଼ା ହଟିବନି ବୋଲି ସଫା ସଫା କହିଦେଇଛନ୍ତି।
ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଘୋଡ଼ାକୁ ହଟାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏବେ କିନ୍ତୁ ବିବାଦ ପରେ ନିଷ୍ପତି ବଦଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.