ଆଇଏଏସ୍ ସ୍ତରରେ ଅଦଳବଦଳ
ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ଥିବା ଆଇଏଏସ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ସଚିବ ଭାବେ ବଦଳି କରାଯାଇଛି । ପର୍ୟ୍ୟଟନ ଓ କ୍ରିଡା ସଚିବ ଥିବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ବଦଳି କରାଯାଇଛି । ଅପରପକ୍ଷରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଥିବା ଡି.କେ ସିଂହଙ୍କୁ ଷ୍ଟିଲ୍ ଏବଂ ଖଣିଜ ସମ୍ପଦକ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଷ୍ଟିଲ୍ ଏବଂ ଖଣିଜ ସମ୍ପଦ ବିଭାଗ ପ୍ରମୁଖ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏଥିସହି ପର୍ୟ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ସୁରେନ୍ଦ୍ର କୁମାର । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର ଭିନେଲ୍କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।