THE BYAPINI

ପ୍ରକାଶ ପାଇଲା +୨ ରେଜଲ୍ଟ

Get real time updates directly on you device, subscribe now.

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ନେଇ ଘୋଷଣା କରିଛନ୍ତି ।ଚଳିତ ବର୍ଷ ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସହାର ଥିବାବେଳେ ବାଣିଜ୍ୟରେ ପାସହାର ୯୪.୯୬ ରହିଛି ।
ବିଜ୍ଞାନରେ ରେଗୁଲାର ପାସ ହାର ରହିଛି ୯୯.୮୮% । ୯୪ ହଜାର ୫୩୨ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର ୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯ ହଜାର ୭୫୩ ଜଣ ଛାତ୍ରୀ ପାସ କରିଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୫୫ ହଜାର ୪୬୮ ଜଣ । ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି ୧୬ ହଜାର ୯୪୩ । ସେହିପରି ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଜଣ ପାସ କରିଛନ୍ତି ।

ସେହିପରି ବାଣିଜ୍ୟରେ ପାସ ହାର ରହିଛି ୯୪.୯୬% । ରେଗୁଲାର ପାସ ହାର ରହିଛି ୯୯. ୫୯% । ୨୪ ହଜାର ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩ ହଜାର ୨୯୨ ଜଣ ପାସ କରିଛନ୍ତି । ୧୪ ହଜାର ୭୫୭ ଜଣ ଛାତ୍ର ପାସ କରିଥିବା ବେଳେ ୮ ହଜାର ୫୩୫ଜଣ ଛାତ୍ରୀ ପାସ କରିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୮ ହଜାର ୩୫୫ ପିଲା ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ପାସ କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ୯ ହଜାର ୬୬ପାସ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.