ଅଗଷ୍ଟ ଆରମ୍ଭରୁ ଆଶ୍ୱସ୍ତି..୨% ତଳକୁ ଖସିଲା ଟିପିଆର
ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ସଂକ୍ରମଣ ହାର ରହିଛି ୧.୯୨% ।
୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪୩୭ ନୂତନ ସଂକ୍ରମିତ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ କରୋନାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୯୦, ପୁରୀ ଜିଲ୍ଲାରୁ ୧୪୬, ଅନୁଗୁଳ ଜିଲ୍ଲାରୁ ୪୭, ବାଲେଶ୍ୱର ଜିଲ୍ଲାରୁ ୬୪, ବରଗଡ଼ ଜିଲ୍ଲାରୁ ୮, ଭଦ୍ରକ ଜିଲ୍ଲାରୁ ୪୭, ବଲାଙ୍ଗିର ଜିଲ୍ଳାରୁ ୪, ବୌଦ୍ଧ ଜିଲ୍ଲାରୁ ୨, ଦେବଗଡ଼ ଜିଲ୍ଲାରୁ ୮,ଢେଙ୍କାନାଳ ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୩, ଗଂଜାମ ଜିଲ୍ଲାରୁ ୧୦, ଜଗତସିଂହପୁର ଜିଲ୍ଲାରୁ ୮୬,ଯାଜପୁର ଜିଲ୍ଲାରୁ ୬୬, ଝାରସୁଗୁଡ଼ା ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୬, କନ୍ଧମାଳ ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫କୁ ବୃଦ୍ଧି ପାଇଛି ।
୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୬୬କୁ ବୃଦ୍ଧି ପାଇଛି । ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ ଲେଖାଏଁ ଆଖିବୁଜିଥିବା ବେଳେ ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଢେଙ୍କାନାଳ, ନୟାଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ଜଗତସିଂହପୁର, ଯାଜପୁର , କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।