କୋଟିପତି ପିଏସ ନିଲମ୍ବିତ
ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ନିଲମ୍ବନ କରିବା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିଶ କରିଛି ଓଏସଏସସି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ବିରଞ୍ଚିଙ୍କ ଠାରୁ ସାଢେ ୩ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ କାର୍ପଟଦାର୍ ସାଜୁଥିବା କୁହାଯାଛି । କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍ମିଟ୍ କାର୍ଡ ଜବତ କରିଛି ଭିଜିଲାନ୍ସ। ବିରଞ୍ଚି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର ବିଭିନ୍ନ ଠିକଣାରେ ଜୁଲାଇ ୩୦ ତାରିଖରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ପରେ ସାମନାକୁ ଆସିଥିଲା ତାଙ୍କର କୁବେର ଭଳି ସମ୍ପତ୍ତିର ହିସାବ ।