କାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
କାଲିଠାରୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ବ ଛାଡିଥିଲେ ସରକାର । ସେହି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲାଯାଉଛି ।
କଟକ ସହର ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେବ ସିଏମସି । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କରୋନା ସଂକ୍ରମଣ ଯୋଗୁଁ ଗତ ମେ’ ମାସରୁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ଚର୍ଚ୍ଚିକା, ଭଟ୍ଟାରିକା, ଧବଳେଶ୍ଵର ଆଦି ମନ୍ଦିର ଖୋଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କୁ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ।