ପୁଣି ଉପରମୁହାଁ ସଂକ୍ରମଣ
ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ସୋମବାର ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଟିକେ ଆଶ୍ୱସ୍ତି ମିଳିଥିଲା । । ଏହା ପରେ ପୁଣି ସଂକ୍ରମଣ ବଢିଛି । ଗତ ୨୪ ଘଂଟାରେ ୧୩ ଶହ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ପୁଣି ୪୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ ବେଳେ କଟକରୁ ୧୯୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୮୯, ପୁରୀରୁ ୭୬, ଅନୁଗୁଳରୁ ୫୨,ବାଲେଶ୍ୱରରୁ ୪୩,ଭଦ୍ରକରୁ ୪୯,ଜଗତସିଂହପୁରରୁ ୫୩,ମୟୂରଭଂଜରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜା ୧୮୧ରେ ପହଞ୍ଚିଛି ।
ସେହପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି । କଟକରୁ ୧୦,ପୁରୀରୁ ୯,ମୟୂରଭଞ୍ଜରୁ ୬, ଅନୁଗୁଳରୁ ୫, ଯାଜପୁର ଓ ଝାରସୁୁଗୁଡାରୁ ୩ ଜଣ ଲେଖାଁଏ ,ଭଦ୍ରକ, ବଲାଙ୍ଗୀର, ନୟାଗଡରୁ ୨ ଜଣ ଲେଖାଁଏ,ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡି,କନ୍ଧମାଳ, କେନ୍ଦ୍ରାପଡା, ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୧୬୮କୁ ବୃଦ୍ଧି ପାଇଛି ।